ଅଗଷ୍ଟ ୧୪ ସନ୍ଧ୍ୟା ୫ଟା ରେ ହାତରେ ତ୍ରିରଙ୍ଗା ଧରି ଜାତୟ ସଙ୍ଗୀତ ଗାନ କରିବାକୁ ଅରବିନ୍ଦ କେଜରିୱାଲଙ୍କର ଅପିଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ନେଇ ଲୋକଙ୍କୁ ଅପିଲ କରିଛନ୍ତି। କେଜରିୱାଲ କହିଛନ୍ତି ସମସ୍ତ ଭାରତବାସୀ ୧୪ ଅଗଷ୍ଟରେ ତ୍ରିରଙ୍ଗା ସହ ଜାତୀୟ ସଙ୍ଗୀତ ଗାନ କରିବେ । ୧୪ ତାରିଖରେ ସମସ୍ତଙ୍କ ହାତରେ ତିରଙ୍ଗା ରହିବ । ତ୍ରିରଙ୍ଗା ଅଭିଯାନକୁ ନେଇ କେଜରିୱାଲ କିହିଛନ୍ତି ଅଗଷ୍ଟ ୧୪ରେ ସମସ୍ତଙ୍କ ହାତରେ ତ୍ରିରଙ୍ଗା ରହିବା ସହ ସନ୍ଧ୍ୟା ୫ଟାରେ ସମସ୍ତେ ଜାତୟ ସଙ୍ଗୀତ ଗାନ କରିବେ ।ଦିଲ୍ଲୀରେ ଏଥିପାଇଁ ବହୁ ପରିମାଣର ତ୍ରିରଙ୍ଗା ବଣ୍ଟାଯିବ । ପ୍ରାୟ ୨୫ ଲକ୍ଷ ତିରଙ୍ଗା ଦିଲ୍ଲୀ ସରକାର ବାଣ୍ଟିବାର ଯୋଜନା ରଖିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ କେଜରିୱାଲ କହିଛନ୍ତି ସ୍ୱାଧିନତାର ୭୫ ବର୍ଷ ଉପଲକ୍ଷେ ଦିଲ୍ଲୀ ସରକାର ୨୫ ଲକ୍ଷ ତ୍ରିରଙ୍ଗା ବାଣ୍ଟିବେ । ଏଥିରେ ଦିଲ୍ଲୀର ସମସ୍ତ ସ୍କୁଲର ଛାତ୍ରୀଛାତ୍ର ଓ ଗଳିକନ୍ଦିର ଲୋକଙ୍କୁ ସାମିଲ କରାଯାଇଛି । ସମ୍ପୂର୍ଣ୍ଣ ଦିଲ୍ଲୀରେ ୧୪ ତାରିଖ ସନ୍ଧ୍ୟା ୫ଟାରେ ସମସ୍ତେ ହାତରେ ତ୍ରିରଙ୍ଗା ଧରି ଜାତୀୟ ସଙ୍ଗୀତ ଗାନ କରିବେ । ଆମେ ସମସ୍ତେ ଭାରତକୁ ବିଶ୍ୱର ସର୍ବଶ୍ରେଷ୍ଠ ଓ ନମ୍ବର ୱାନ ରାଷ୍ଟ୍ର କରିବାର ଶପଥ ନେବୁ ।

Related Posts