ସୋନୁ ସୁଦଙ୍କୁ ଭେଟିବା ପାଇଁ ତାଙ୍କ ପ୍ରଶଂସକ ହାଇଦ୍ରାବାଦରୁ ମୁମ୍ବାଇ ପର୍ଯ୍ୟନ୍ତ ଖାଲି ପାଦରେ ଦୀର୍ଘ 700 କିଲୋମିଟର ଆସିଛନ୍ତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କ ରୋ ନା ମହାମାରୀ ସମୟରେ ନିଜର ପରୋପକାରିତା ପାଇଁ ଘରେ ଘରେ ବେଶ୍ ପରିଚିତ ଶ୍ରମିକ ଭଗବାନ ସୋନୁ ସୁଦ୍ । ତାଙ୍କର ଏପରି କାର୍ଯ୍ୟ ପାଇଁ ନିଜ ଦେଶ ଠାରୁ ଆରମ୍ଭ କରି ବିଦେଶ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହି ଆସୁଛନ୍ତି ସୋନୁ ସୁଦ୍ । ତେବେ ସୋନୁ ସୁଦଙ୍କ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ହାଇଦ୍ରାବାଦରୁ ମୁମ୍ବାଇ ଖାଲି ପାଦରେ ଦୀର୍ଘ 700 କିଲୋମିଟର ବାଟ ଚାଲିଚାଲି ଆସିଥିବା ର ଖବର ସାମ୍ନାକୁ ଆସିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ପୁଣି ଠାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସୋନୁ ।

ଭେଙ୍କଟେଶ ନାମକ ଏହି ପ୍ରଶଂସକ ମହାମାରୀ ସମୟରେ ସୋନୁ ତାଙ୍କ ପାଇଁ ପରିବହନ ବ୍ୟବସ୍ଥା କରିଥିବାରୁ ସେ ଏପରି ଉଦ୍ୟମ କରିଥିବାର ସୁଚନା ମିଳିଛି । ଏନେଇ ସୋନୁ ସୁଦ୍ ନିଜ ଟୁଇଟରରେ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି । ଏବଂ
ମୋତେ ଭେଟିବା ପାଇଁ ହାଇଦ୍ରାବାଦ ଠାରୁ ମୁମ୍ବାଇ ପର୍ଯ୍ୟନ୍ତ ଖାଲି ପାଦରେ ଚାଲି ଚାଲି ଆସିଛନ୍ତି । ଯଦିଓ ମୁଁ ଏକ ପ୍ରକାର ତାଙ୍କ ପାଇଁ ପରିବହନ ବ୍ୟବସ୍ଥା କରିବାକୁ ଚେଷ୍ଟା କରିଥିଲି | କିନ୍ତୁ ବାସ୍ତବରେ ଏହା ପ ପ୍ରେରଣାଦାୟକ ଏବଂ ମୁଁ ସମସ୍ତଙ୍କୁ ଏପରି ନ କରିବା ପାଇଁ ଅନୁରୋଧ କରୁଛି ବୋଲି ସୋନୁ ସୁଦ୍ କହିଛନ୍ତି ।

Related Posts