ମୁଁ ଆଶ୍ଚର୍ଯ୍ୟ ଯେ କେନ୍ଦ୍ର ସରକାର ଟୀକା ଷ୍ଟକ୍ ର ପ୍ରକୃତ ସ୍ଥିତିକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି: ସିସୋଡିଆ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସାରା ଦେଶରେ ସଂକ୍ରମଣକୁ ଆୟତ୍ତ କରିବା ପାଇଁ ଟୀକାକରଣ ଆରମ୍ଭ ହୋଇଛି । ଏପରି ସ୍ଥିତିରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ତେବେ ଟୀକାକରଣ ଷ୍ଟକ ଏବଂ ସର୍ବସାଧାରଣ ଫୋରମରେ ଟିକା ସଂରକ୍ଷଣର ତାପମାତ୍ରା ଉପରେ ଇଲେକ୍ଟ୍ରୋନିକ୍ ଭ୍ୟାକ୍ସିନ୍ ଇଣ୍ଟେଲିଜେନ୍ସ ନେଟୱାର୍କ ସିଷ୍ଟମର ତଥ୍ୟକୁ ନବାଣ୍ଟିବାକୁ କେନ୍ଦ୍ର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଏପରି ଆଭିମୁଖ୍ୟକୁ କଡା ସମାଲୋଚନା କରିବା ସହ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ମନୀଷ ସିସୋଡିଆ । କେନ୍ଦ୍ର ସରକାରଙ୍କ ଏପରି ଆଦେଶରେ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ଟିକା ଉପଲବ୍ଧତାର ପ୍ରକୃତ ସ୍ଥିତି ଲୁଚାଇବା ପରିବର୍ତ୍ତେ କେନ୍ଦ୍ର ସରକାର ସମସ୍ତଙ୍କୁ ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଣ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ଦିଲ୍ଲୀ ଡେପୁଟି ସିଏମ ମନୀଷ ସିସୋଡିଆ କହିଛନ୍ତି । ଅପରିପକ୍ଷେ ଅନଧିକୃତ ବ୍ୟବସାୟିକ ଉଦ୍ଦେଶ୍ୟରେ ଇଭିଏନ୍ ତଥ୍ୟର କୌଣସି ଅପବ୍ୟବହାରକୁ ରୋକିବା ହେଉଛି କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ସିସୋଡିଆ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ UIP ଅଧୀନରେ ଇଭିଏନ୍ ସିଷ୍ଟମକୁ ବାହାର କରି ଦିଆଯାଇଛି । ଯାହା ଟିକା ଭଣ୍ଡାର ସ୍ଥିତି ଏବଂ ଟିକା ସଂରକ୍ଷଣର ସମସ୍ତ ସ୍ତରରେ ଜାତୀୟ ଠାରୁ ଉପ-ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଟ୍ରାକ୍ କରିବା ପାଇଁ ବ୍ୟବହୃତ ହୋଇଥାଏ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । କେବଳ ଏତିକି ନୁହେଁ ବରଂ ଇଭିଏନ୍ ଦ୍ବାରା ଉତ୍ପାଦିତ ସମସ୍ତ ତଥ୍ୟ ଏବଂ ଆନାଲିଟିକ୍ସ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଟେ । ତେଣୁ ଏହା ଅନ୍ୟ କୌଣସି ସଂସ୍ଥା, ସହଭାଗୀ ଏଜେନ୍ସି ସହିତ ଅଂଶୀଦାର କରିବା ଉଚିତ ନୁହେଁ। ଏହା ସହ ମନ୍ତ୍ରଣାଳୟର ସହମତି ବିନା ମିଡିଆ ଏଜେନ୍ସି, ଅନଲାଇନ୍ ଏବଂ ଅଫଲାଇନ୍ ପବ୍ଲିକ୍ ଫୋରମକୁ ସୂଚନା ବାଣ୍ଟିବା ଉଚିତ୍ ନୁହଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Related Posts