ଧୋନୀଙ୍କୁ ଭେଟିବାକୁ ୧୪୦୦ କିମି ଚାଲି ଚାଲି ଆସିଲେ ଫ୍ୟାନ୍ , ଜାଣିବାକୁ ପାଇଲେ ତିନି ମାସ ପରେ ଫେରିବେ ମାହି …..

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଭାରତୀୟ ଦଳର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ୍‌ରୁ ଅବସର ଘୋଷଣା କରି ସାରିଥିଲେ ସୁଦ୍ଧା ତାଙ୍କ ଲୋକପ୍ରିୟତା କମ୍ ହୋଇ ନାହିଁ। ତାଙ୍କର ପ୍ରଶଂସକ ଆଜି ବି ସେତିକି ଚାହୁଁଛନ୍ତି। ହେଲେ ଏହା ମଧ୍ୟରେ ତାଙ୍କର ଜଣେ ଡାଏ ହାର୍ଟ ଫ୍ୟାନ୍ ଏମିତି କିଛି କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପ୍ରଶଂସକ ଜଣକ ହରିୟାଣାରୁ ଚାଲି ଚାଲି ମହେନ୍ଦ୍ର ସିଂହ ଧୋନୀଙ୍କୁ ଭେଟିବା ପାଇଁ ଝାଡ଼ଖଣ୍ଡର ରାଞ୍ଚି ପହଞ୍ଚି ଯାଇଛନ୍ତି।

ଧୋନୀଙ୍କ ଏହି ପ୍ରଶଂସକଙ୍କ ନାଁ ହେଉଛି ଅଜୟ ଗିଲ୍। ସେ ହରିୟାଣାର ଜଲାନ ଖେଡାର ବାସିନ୍ଦା। ହାତରେ ତ୍ରିରଙ୍ଗା ଓ କାନ୍ଧରେ କ୍ରିକେଟ୍ କିଟ୍ ଧରି ଅଜୟ ୧୬ ଦିନରେ ୧୪୦୦ କିଲୋମିଟର ଚାଲି ଚାଲି ଧୋନୀଙ୍କୁ ଭେଟିବାକୁ ରାଞ୍ଚି ପହଞ୍ଚି ଯାଇଛନ୍ତି। ସେ ଜୁଲାଇ ୨୯ରୁ ଯାତ୍ରା ଆରମ୍ଭ କରିଥିଲେ। ୧୮ ବର୍ଷ ବୟସ୍କ ଅଜୟ ଟେଲିଗ୍ରାଫ୍ ଇଣ୍ଡିଆକୁ କହିଛନ୍ତି ଯେ ସେ ଧୋନୀଙ୍କୁ ଭେଟିକି ହିଁ ଘରକୁ ଫେରିବେ। ଯଦି ସେ ଏତେ ବାଟ ଚାଲି ଚାଲି ଆସି ପାରୁଛନ୍ତି, ତେବେ କଣ ଧୋନୀ ତାଙ୍କୁ ଭେଟିବା ପାଇଁ ୧୦ ମିନିଟ୍ ସମୟ ଦେଇ ପାରିବେ ନାହିଁ।

ଉଲ୍ଲେଖଯୋଗ୍ୟ, ଅଜୟ ରାଞ୍ଚିରେ ପହଞ୍ଚିବା ବେଳକୁ ଧୋନି ଶୁକ୍ରବାର ଧୋନୀ ଦଳ ସହିତ ଆଇପିଏଲ ପାଇଁ ୟୁଏଇ ଯାତ୍ରା କରିଛନ୍ତି। ତଥାପି ପ୍ରଶଂସକ ଜଣକ ଧୋନୀ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିବେ ବୋଲି ଜିଦ୍ ଧରିଥିଲେ। ଅଜୟ ତାଙ୍କ ଗାଁର ଏକ ସେଲୁନରେ କାମ କରନ୍ତି। ସେ ତାଙ୍କର ହେୟାର ଷ୍ଟାଇଲକୁ ନେଇ ଧ୍ୟାନ ଆକର୍ଷଣ କରିଥିଲେ। ସେ ତାଙ୍କ ଚୁଟିକୁ ହଳଦିଆ, କମଳା, ଗାଢ ନୀଳ ଏବଂ ହାଲୁକା କଳା ରଙ୍ଗରେ “ଧୋନି” ଏବଂ “ମାହି” ଲେଖିଛନ୍ତି। ତେବେ ମାହିଙ୍କୁ ଭେଟିବାକୁ ଯାଉଥିବା ଜାଣି “ସୋନିପଥର ଜଣେ ବ୍ୟକ୍ତି ମାଗଣାରେ ଏହି ହେୟାର ଷ୍ଟାଇଲ କରି ଥିଲେ । ସେ ଧୋନୀଙ୍କ ଅଟୋଗ୍ରାଫ ନେଇକି ଯିବି ବୋଲି ଅଜୟ କହିଛନ୍ତି।

ଅଜୟ କହିଛନ୍ତି ଯେ ସେ କ୍ରିକେଟର ହେବାକୁ ଇଚ୍ଛା କରିଥିଲେ କିନ୍ତୁ ଗତ ବର୍ଷ ଧୋନି ଆନ୍ତର୍ଜାତୀୟ ମ୍ୟାଚ୍ ରୁ ଅବସର ଘୋଷଣା କରିବା ପରେ ଖେଳିବା ବନ୍ଦ କରିଦେଇଥିଲେ। ତେବେ ସେ ବର୍ତ୍ତମାନ କିମ୍ବଦନ୍ତୀ କ୍ରିକେଟର ଧୋନୀଙ୍କ ଆଶୀର୍ବାଦରୁ ପୁଣି ଥରେ ନିଜର କ୍ରିକେଟ୍ ଖେଳିବାକୁ ଚାହାନ୍ତି। ସୂଚନାଯୋଗ୍ୟ, ଧୋନୀ ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ।

Related Posts