OBC ସଂରକ୍ଷଣ: କେନ୍ଦ୍ର ସମସ୍ତଙ୍କୁ ଭ୍ରମିତ କରୁଛି; ଅଧିକାଂଶ ରାଜ୍ୟମାନେ ୫୦ ପ୍ରତିଶତ ସୀମା ଅତିକ୍ରମ କରି ସାରିଛନ୍ତି: ଶରତ ପାୱାର

ncp

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଜାତୀୟତାବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାର ଓବିସି ସଂରକ୍ଷଣ ଉପରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ତେବେ ଦୁଇଦିନ ପୂର୍ବେ କେନ୍ଦ୍ର ଓବିସି ସଂରକ୍ଷଣ ସମ୍ପର୍କରେ ଏକ ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟମାନଙ୍କୁ କହିଥିଲେ। ଅନେକ ଲୋକ ଭାବିଥିଲେ ଯେ ସଂରକ୍ଷଣ ରାଜ୍ୟ ସରକାର ଦେଇପାରିବେ । କିନ୍ତୁ ସେମାନଙ୍କୁ ବିଭ୍ରାନ୍ତ କରାଯାଉଛି। ଓବିସି ସଂରକ୍ଷଣ ସଂପର୍କରେ ସଂସଦରେ ପାରିତ ହୋଇଥିବା ସମ୍ବିଧାନ ସଂଶୋଧନ ବିଲ୍କୁ ଦୃଷ୍ଟିରେ ରଖି ପାୱାର ଏପରି କହିଛନ୍ତି। ଏହା ସହ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ଦିଆଯାଇପାରିବ ନାହିଁ ବୋଲି କୋର୍ଟ ପୂର୍ବରୁ ନିଷ୍ପତ୍ତି ନେଇଛନ୍ତି ବୋଲି ଏନସିପି ମୁଖ୍ୟ ପାୱାର କହିଛନ୍ତି । ଅପରିପକ୍ଷେ ବର୍ତ୍ତମାନ କେନ୍ଦ୍ର ସରକାର କହିଛନ୍ତି ଯେ ରାଜ୍ୟଗୁଡ଼ିକ ଓବିସି ସଂରକ୍ଷଣ ସମ୍ବନ୍ଧୀୟ ଏକ ତାଲିକା ପ୍ରସ୍ତୁତ କରି ନିଜ ସ୍ତରରେ ନିଷ୍ପତ୍ତି ନେଇପାରିବେ।

ପାୱାରଙ୍କ ଅନୁଯାୟୀ, ପ୍ରାୟ ସମସ୍ତ ରାଜ୍ୟ ୫୦ ପ୍ରତିଶତ ସୀମା ଅତିକ୍ରମ କରିଥିବାରୁ ଏହାର କୌଣସି ଲାଭ ହେବ ନାହିଁ । ଏବଂ ଏହି ସମସ୍ୟାକୁ ଜନସାଧାରଣଙ୍କ ନିକଟକୁ ଆଣିବା ଆବଶ୍ୟକ ବୋଲି ଶରଦ ପାୱାର କହିଛନ୍ତି । ଅନ୍ୟପଟେ ଭାରତର ପଡୋଶୀ ଦେଶ ବିଶେଷ କରି ଆଫଗାନିସ୍ତାନକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ପାୱାର କହିଛନ୍ତି ଯେ ପଡୋଶୀ ଦେଶ ଚୀନ୍ ଏବଂ ପାକିସ୍ଥାନକୁ ଛାଡି ଭାରତର ବୈଦେଶିକ ନୀତି ଭଲ ସମ୍ପର୍କ ବଜାୟ ରଖିଛି। କିନ୍ତୁ ନେପାଳ, ବାଂଲାଦେଶ ଏବଂ ଶ୍ରୀଲଙ୍କାକୁ ନେଇ ପରିସ୍ଥିତି ବଦଳିଛି। ପଡୋଶୀ ଦେଶ ପ୍ରତି ଏହା କେତେ ପ୍ରଭାବଶାଳୀ ତାହା ଦେଖିବାର ସମୟ ଆସିଛି । ଏହା ମଧ୍ୟ ଏକ ସମ୍ବେଦନଶୀଳ ପ୍ରସଙ୍ଗ ବୋଲି ପାୱାର କହିଛନ୍ତି। ଏହା ସହ ସେ ଏ ବିଷୟରେ ଅଧିକ କହିବା ପାଇଁ ମନା କରିଦେଇଥିଲେ । ଏହା ଜାତୀୟ ପ୍ରସଙ୍ଗ ହୋଇଥିବାରୁ ଯଦି ଆବଶ୍ୟକ ପଡେ ତାହାଲେ ଆମେ ସରକାରଙ୍କୁ ସମର୍ଥନ କରିବୁ ବୋଲି ଏନସିପି ମୁଖ୍ୟ ଶରତ ପାୱାର କହିଥିଲେ ।

Related Posts