
ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ଶ୍ରୀ ସତ୍ୟସାଇ ଜିଲ୍ଲାରେ ଘଟିଛି ଅଘଟଣ | ଜଣେ ଛାତ୍ର ପରୀକ୍ଷା ହଲ ରେ ଗୁରୁତର ଆହତ ହୋଇଛନ୍ତି | ତାଂକ ମୁହଁରେ ଫ୍ୟାନ ବାଜିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି | ତୁରନ୍ତ ଛାତ୍ରଙ୍କୁ ହସ୍ପିଟାଲ ନିଆଯାଇ ଆଶୁ ଚିକିତ୍ସା କରାଯିବା ପରେ ଛାତ୍ର ଜଣକ ପୁଣିଥରେ ଆସି ହଲରେ ପରୀକ୍ଷା ଦେଇଥିଲେ ।
ସୂଚନାଯୋଗ୍ୟ, ପରୀକ୍ଷା ହଲରେ ଚାଲିଥିଲା ୧୦ମ ବୋର୍ଡ ପରୀକ୍ଷା । ଏହି ସମୟରେ ଘୁରୁଥିବା ଫ୍ୟାନ ହଠାତ୍ ଛାତରୁ ଖସିପଡିଥିଲା | ଫଳରେ ଫ୍ୟାନ ଟି ଛାତ୍ରଙ୍କ ମୁହଁରେ ବାଜିଥିଲେ | ସେ ଗୁରୁ୍ତର ହୋଇପଡିଥିଲେ | ସଂଗେ ସଂଗେ ତାଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା | ସେଠାରେ ଡାକ୍ତର ତାଙ୍କର ଆଶୁ ଚିକିତ୍ସା କରିବା ପରେ ଛାତ୍ର ଜଣକ ପୁଣିଥରେ ଆସି ହଲରେ ପରୀକ୍ଷା ଦେଇଥିଲେ ।
ଏବିଷୟରେ ପରୀକ୍ଷା ସେଣ୍ଟର ହୋଇଥିବା ସ୍କୁଲର ପ୍ରିନ୍ସିପାଲଙ୍କୁ ପଚରାଯାଇଥିଲା । ଦୁର୍ଘଟଣାର ୨ ଦିନ ପୂର୍ବରୁ ହିଁ ସବୁ ଶ୍ରେଣୀ କକ୍ଷର ମରାମତି କାର୍ଯ୍ୟ ହୋଇଥିଲା । ପୁଣିଥରେ ସବୁ ମେଣ୍ଟେନାନ୍ସ କାମ କରାଯିବା ସହ ଯାଞ୍ଚ କାର୍ଯ୍ୟ କରାଯିବ ବୋଲି କହିଛନ୍ତି । ସ୍କୁଲରେ ଏପରି ଘଟଣା ପରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କୁ ବିରୋଧ କରିଛନ୍ତି ବିରୋଧୀ ।
ଏପ୍ରିଲ ୨୮ ତାରିଖରେ ମଧ୍ୟ ଏପରି ଏକ ଦୁର୍ଘଟଣା ଘଟିଥିଲା କର୍ଣ୍ଣୁଲରେ ଥିବା ଉର୍ଦ୍ଦୁ ସ୍କୁଲରେ । ଏଠାରେ ଏକ ଶ୍ରେଣୀ କକ୍ଷରେ ଫ୍ୟାନ ଛିଡିଯିବାରୁ ଦୁଇ ଛାତ୍ର ଆହତ ହୋଇଥିଲେ ।