ରାଜ୍ୟସଭାରେ ଭେଙ୍କୟା ନାଇଡୁଙ୍କୁ ବିଦାୟ; “ଆପଣଙ୍କ ସହ କାମ କରିବା ମୋର ସୌଭାଗ୍ୟ” ନିଜ ଅଭିଭାଷଣରେ କହିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କୁ ଆଜି ରାଜ୍ୟସଭାରେ ବିଦାୟ ଦିଆ ଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଅଭିଭାଷଣରେ କହିଛନ୍ତି ଯେ, ଆପଣ ଦେଶର ଯୁବବର୍ଗଙ୍କୁ ଆଗେଇବା ଲାଗି କାର୍ଯ୍ୟ କରିଛନ୍ତି। ଯୁବବର୍ଗଙ୍କୁ ପ୍ରେରଣା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ମୋର ବ୍ୟକ୍ତିଗତ ସୌଭାଗ୍ୟ ଯେ ମୁଁ ଆପଣଙ୍କୁ ବିଭିନ୍ନ ଭୂମିକାରେ ଅତି ନିକଟରୁ ଦେଖିଛି।ଅନେକ ଭୂମିକା ମଧ୍ୟ ଏପରି ହୋଇଛି, ଯେଉଁଥିରେ ମୁଁ ମଧ୍ୟ ଆପଣଙ୍କ ସହିତ କାମ କରିବାର ସୁଯୋଗ ପାଇଛି।ନାଇଡୁଙ୍କ ବିଦାୟ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆପଣ ଅନେକ ଥର କହିଛନ୍ତି ଯେ “ମୁଁ ରାଜନୀତିରୁ ଅବସର ନେଇଛି” କିନ୍ତୁ ସାଧାରଣ ଜୀବନରେ ଆପଣ ଜମା କ୍ଳାନ୍ତ ନୁହନ୍ତି। ଭବିଷ୍ୟତରେ ଆପଣଙ୍କ ଅନୁଭୂତିରୁ ଦେଶ ଉପକୃତ ହେବ।

ଏହା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚଳିତ ଥର ଆମେ ଏପରି ଏକ ସ୍ବାଧୀନତା ଦିବସ ପାଳନ କରୁଛୁ, ଯେତେବେଳେ ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ହେଉଛନ୍ତି ସେହି ସମସ୍ତ ବ୍ୟକ୍ତି ଯେଉଁମାନେ ସ୍ବାଧୀନ ଭାରତରେ ଜନ୍ମ ହୋଇଛନ୍ତି। ସେମାନେ ସମସ୍ତେ ଅତି ସାଧାରଣ ପୃଷ୍ଠଭୂମିରୁ ଆସିଛନ୍ତି। ମୁଁ ଭାବୁଛି ଏହାର ଏକ ସାଙ୍କେତିକ ମହତ୍ତ୍ୱ ଅଛି ।

ସୂଚନା ଅନୁସାରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ତାରିଖରେ ଶେଷ ହେଉଛି। ଏହା ସହ ଅଗଷ୍ଟ ୧୧ରେ ନବ ନିର୍ବାଚିତ ଉପରାଷ୍ଟ୍ରପତି ଜଗଦୀପ୍‌ ଧନକର ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ।

Related Posts