କଂଗ୍ରେସ ମୁଖପାତ୍ର ବିକାଶ ଚୌଧୁରୀଙ୍କୁ ଗୁଳି କରି ହତ୍ୟା

ହରିୟାଣା ପ୍ରଦେଶ କଂଗ୍ରେସ ମୁଖପାତ୍ର ବିକାଶ ଚୌଧୁରୀଙ୍କୁ ଗୁଳି କରି ହତ୍ୟା । ସିସିଟିଭିରେ କଏଦ ହେଲା ଗୁଳି କରି ହତ୍ୟା କରିବା ସମୟର ଦୃଶ୍ୟ । ଫରିଦାବାଦ୍ରେ ଥିବା ଏକ ଜିମ୍ରୁ ବିକାଶ ଆଜି ସକାଳେ ବାହାରୁ ଥିବା ବେଳେ ୪ ଜଣ ଦୁର୍ବୃତ୍ତ ତାଙ୍କ ପାଖରେ ପହଞ୍ଚି କେହି କିଛି ବୁଝିବା ଆଗରୁ ତାଙ୍କ ଉପରକୁ ୧୦ ରାଉଣ୍ଡ ଗୁଳି ଚଳାଇଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା, ସେକଥା ଜଣାପଡ଼ିନାହିଁ। ଏହି ଘଟଣାକୁ ନେଇ ତୀବ ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

 

Related Posts