ୱେଷ୍ଟଇଣ୍ଡିଜକୁ ୧୨୫ ରନରେ ହରାଇଲା ଭାରତ

ସତ୍ୟପାଠ ବ୍ୟୁରୋ : ସେମିଫାଇନାଲ ରାସ୍ତାରେ ଭାରତୀୟ କ୍ରିକେଟ ଟିମ୍ । ଗୁରୁବାର ମାଂଚେଷ୍ଟରରେ ଖେଳାଯାଇଥିବା ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଠାରୁ ୧୨୫ ରନରେ ଜିତିଛି ଭାରତ । ଏହାସହ ୧୧ପଏଣ୍ଟ ହାସଲ କରି ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ ।

ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ବିରାଟ ଟିମ୍ ୨୬୮ ରନ କରିଥିବା ବେଳେ ୨୬୯ ରନର ବିଜୟ ଲକ୍ଷ ନେଇ ଷ୍ଟାଡିମକୁ ଓହ୍ଲାଇଥିଲେ ୱେଷ୍ଟଇଣ୍ଡିଜ୍ ଟିମ୍। ତେବେ ୩୪ ଓଭର୨ଟି ବଲରେ ୧୪୩ ରନ୍ ରେ ଅଲଆଉଟ ହୋଇଥିଲା ଦଳ । ଟିମ୍ ଇଣ୍ଡିଆ ପାଇଁ କ୍ୟାପଟେନ ବିରାଟ କୋହଲି ୭୨, ଧୋନୀ ୫୬, କେ.ଏଲ୍. ରାହୁଲ ୪୮ ଓ ହାର୍ଦ୍ଦିକ ପାଣ୍ଡ୍ୟା ୪୬ ରନ୍ କରିଥିଲେ । ୱେଷ୍ଟଇଣ୍ଡିଜ୍ ପକ୍ଷରୁ କେମାର ରୋଚ ସର୍ବାଧିକ ୩ଟି ୱିକେଟ୍ ପାଇଛନ୍ତି। ସେହିପରି ସେଲ୍ଡନ କଟ୍ରେଲ୍ ଓ ଜେସନ ହୋଲ୍ଡର ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି।

କ୍ୟାପଟେନ କୋହଲି ଏହି ମ୍ୟାଚରେ ବିଶ୍ୱକପରେ ଦ୍ରୁତତମ ୨୦ ହଜାର ରନ ସଂଗ୍ରହ କରି ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଛନ୍ତି । ମହମ୍ମଦ ସାମି ୪ୱିକେଟ ପାଇଥିବା ବେଳେ ବୁମରାହ ଓ ଚହଲ ୨ଲେଖାଏଁ ୱିକେଟ ପାଇଛନ୍ତି ।

Related Posts