ଗଞ୍ଜାମ ଡିଆରଡିଏ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା:ଡିଭାଇଡରରେ ପିଟିହେଲା ବାଇକ, ୨ ମୃତ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଛତ୍ରପୁର ଡିଆରଡିଏ ନିକଟ ଜାତୀୟ ରାଜପଥରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା ବାଇକ । ଫଳରେ ଘଟଣାସ୍ଥଳରେ ହିଁ ଚାଲିଗଲା ୨ଜଣଙ୍କ ଜୀବନ ।

ଖବର ଅନୁଯାୟୀ, ଦୁଇ ଜଣ ବାଇକ ଯୋଗେ ଯାଉଥିବା ବେଳେ ଛତ୍ରପୁର ଡିଆରଡିଏ ନିକଟରେ ଥିବା ଜାତୀୟ ରାଜପଥ କଡ଼ ଡିଭାଇଡରରେ ପିଟି ହୋଇଥିଲା ବାଇକ୍‌ । ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇଛି ବାଇକ୍‌ । ଯାହାଫଳରେ କି ବାଇକ୍‌ରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ବ୍ରହ୍ମପୁର ବ୍ରହ୍ମାନଗର ଅଞ୍ଚଳର ସୁମନ ଦାସ ଓ ହିଞ୍ଜିଳିକାଟୁ କଂଚୁଡୁ ଅଞ୍ଚଳର ଦଣ୍ଡପାଳ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଛତ୍ରପୁର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Related Posts