କେନ୍ଦୁଝର କୃଷି ବିଜ୍ଞାନ କେନ୍ଦ୍ରରେ ଅଘଟଣ: କରେଣ୍ଟ ଲାଗି ଦୁଇ ହାତୀଙ୍କ ମୃତ୍ୟୁ

କେନ୍ଦୁଝର :କେନ୍ଦୁଝର ଜିଲ୍ଲା ଜୁଡିଆ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଭିତରରେ ଘଟିଛି ଏକ ଅଘଟଣ । କରେଣ୍ଟ ଲାଗି ଚାଲିଯାଇଛି ଦୁଇ ହାତୀଙ୍କ ଜୀବନ । ବିଦ୍ୟୁତ ଆଘତରେ ୨ ମାଈ ହାତୀ ମୃତ୍ୟୁ ହୋଇଛି । ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ସଦର ରେଞ୍ଜରଙ୍କ ପକ୍ଷରୁ ଏହି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଲଗାତର କିଛି ମାସ ହେଲା ଓଡିଶାରେ ଏକାଧିକ ହାତୀଙ୍କ ମୃତ୍ୟୁ ହୋଇସାରିଲାଣି । କେତେବେଳେ ଦୁର୍ଘଟଣା ତ ଆଉ କେତେବେଳେ ଶିକାରୀଙ୍କ ଶିକାର ପାଲଟଛିନ୍ତି ହାତୀ । ପୁଣି କେତେବେଳେ ବିଦ୍ୟୁତ ଆଘାତରେ ଚାଲିଯାଉଛନ୍ତି ଜୀବନ । ଯଦି ଏହିପରି ଭାବେ ଚାଲେ, ତେବେ କିଛି ଦିନ ଭିତରେ ହାତୀ ବଂଶ କମିବାର ମଧ୍ୟ ସମ୍ଭାବନା ରହିଛି ବୋଲି ପରିବେଶବିତ୍‌ମାନେ କହିଛନ୍ତି । ତେଣୁ ଏ ଦିଗରେ ସମସ୍ତଙ୍କୁ ସଚେତନ ହେବା ଦରକାର ବୋଲି ସାଧାରଣରେ ଦାବି ଉଠିଛି ।

Related Posts