ପଶ୍ଚିମ ଆଫ୍ରିକାର ସେନେଗେଲର ଏକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ଜଣ ନବଜାତକ ଶିଶୁ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ : ପଶ୍ଚିମ ଆଫ୍ରିକାର ସେନେଗେଲର ଏକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।
ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଯେଉଁଥିରେ ୧୧ ଜଣ ଜୀଅନ୍ତା ଦଗ୍ଧ ହୋଇ ଯାଇଛନ୍ତି । ତେବେ ସମସ୍ତ ମୃତକ ନବଜାତକ ଶିଶୁ ବୋଲି ଜଣାପଡିଛି ।

ଏନେଇ ସେନେଗେଲ ରାଷ୍ଟ୍ରପତି ମେକି ସେଲ୍ ସୂଚନା ଦେଇଛନ୍ତି ।

ସେନେଗେଲର ତିଓ୍ୱାଉନେରେ ମାମେ ଅବ୍ଦୋ ଅସିସ୍ ସି ଦବାଖ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଛି । ଏଥିରେ ୧୧ ଜଣ ନବ ଜାତକ ଶିଶୁ ଜଳି ଯାଇଛନ୍ତି । ବୁଧବାର ବିଳମ୍ବିତ ରାତ୍ରରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ତେବେ ରାଷ୍ଟ୍ରପତି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ତେବେ ସର୍ଟ ସର୍କିଟ କାରଣରୁ ହସ୍ପିଟାଲରେ ନିଆଁ ଲାଗିଥିବା କୁହାଯାଉଛି । ସ୍ଥାନୀୟ ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଁଚି ଅଗ୍ନିକାଣ୍ଡର ପ୍ରକୃତ କାରଣ ବାବଦରେ ତଦନ୍ତ ଆରମ୍ଭ କରିଛି ।

ସେନେଗଲ ଉତିହାସରେ ଏହା ସବୁଠୁ ବଡ ଅଗ୍ନିକାଣ୍ଡ ଅଟେ । ଗତବର୍ଷ ମଧ୍ୟ ଏକ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା । ଯେଉଁଥିରେ ୪ ଶିଶୁ ପୋଡି ଯାଇ ପ୍ରାଣ ହରାଇଥିଲେ ।

Related Posts