ଅଶାନ୍ତ ପାକିସ୍ତାନ: ବିଭିନ୍ନ ସ୍ଥାନରେ ଜଳାପୋଡ଼ା କଲେ ଇମ୍ରାନ୍ ଖାନଙ୍କ ସମର୍ଥକ

ଇସଲାମାବାଦ: ପାକିସ୍ତାନରେ ହିଂସା । ଆତଙ୍କବାଦୀ ରାଷ୍ଟ୍ର ପାକିସ୍ତାନରେ ସରକାର ପରିବର୍ତ୍ତନ ହେବା ପରେ ଲଗାତର ଭାବେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ତେବେ ପରିସ୍ଥିତି ଦିନକୁ ଦିନ ବିଗିଡି ଚାଲିଛି ।

ଫଳରେ ଅଶାନ୍ତ ହୋଇପଡିଛି ପଡୋଶୀ ଦେଶ ପାକିସ୍ତାନ। ଦିନକୁ ଦିନ ପରିସ୍ଥିତି ବିଗିଡିବାରେ ଲାଗିଛି। ଏଠାରେ ସତ୍ତା ପରିବର୍ତ୍ତନ ପରେ ପରିସ୍ଥିତି ସୁଧୁରିବା ବଦଳରେ ଆହୁରି ଅଧିକ ଜଟିଳ ହେବାରେ ଲାଗିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହରିକ୍ ଏ ଇନସାଫ(ପିଟିଆଇ) ଦଳର ନେତା ଇମ୍ରାନ ଖାନଙ୍କ ‘ଆଜାଦ’ ମାର୍ଚ୍ଚକୁ ନେଇ ଉତ୍ତେଜନା ଦେଖାଦେଇଛି। ରାଜଧାନୀ ଇସଲାମାବାଦ ସମେତ, ରାଓ୍ୱଲପିଣ୍ଡି, କରାଚୀ, ଲାହୋର ସହ ଖାଇବର ପଖତୁନଓ୍ୱା ଅଞ୍ଚଳରେ ହିଂସାକାଣ୍ଡ ଦେଖାଦେଇଛି।

ଇସଲାମାବାଦରେ ଇମ୍ରାନ୍ ଖାନ ପ୍ରବେଶ କରିବା ମାତ୍ରେ ସମର୍ଥକ ବିଭିନ୍ନ ସ୍ଥାନରେ ଜଳାପୋଡ଼ା କରିଛନ୍ତି। ମେଟ୍ରେ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି ଇମ୍ରାନଙ୍କ ସମର୍ଥକ। ଦେଶରେ ସାଧାରଣ ନିର୍ବାଚନ କରିବାକୁ ଦାବି କରି ରାଲି କରୁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ନିର୍ବାଚନ ନେଇ ପରବର୍ତ୍ତୀ ତାରିଖ ଘୋଷଣା ନହେବା ପର୍ଯ୍ୟନ୍ତ ସେ ଇସଲାମାବାଦ ଛାଡିବେନି ବୋଲି ଚେତାବନୀ ଦେଇଛନ୍ତି।

ସମର୍ଥକଙ୍କୁ ଘଉଡ଼ାଇବାକୁ ବିଭିନ୍ନ ସ୍ଥାନରେ ପୁଲିସ ସହ ମୁହାଁମୁହିଁ ମଧ୍ୟ ହୋଇଛନ୍ତି। କିଛି ସ୍ଥାନରେ ଲାଠି ଚାର୍ଜର ଖବର ମିଳିଛି। ଇସଲାମାବାଦରେ ସମସ୍ତ ସରକାରୀ ବିଲ୍ଡିଂର ସୁରକ୍ଷା ଲାଗି ସେନା ମୁତୟନ କରିଛନ୍ତି ପାକିସ୍ତାନ ସରକାର।

ଇମ୍ରାନଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଇଥିବା ମଧ୍ୟ ଖବର ଆସିଛି । ବ୍ୟାପକ ସୁରକ୍ଷାକର୍ମୀ ନିୟୋଜିତ ଥିବା ସତ୍ତ୍ୱେ ସେମାନେ ଏକ ମେଟ୍ରୋ ଷ୍ଟେସନକୁ ଜାଳି ଦେଇଛନ୍ତି ।

ଧିରେଧିରେ ସମର୍ଥକମାନେ ଡି ଚୌକ ଆଡେ ମୁହାଁଉଥିବା ଖବର ମିଳିଛି । ଫଳରେ ସରକାର ବଡ ଅଘଟଣ ଆଶଙ୍କାରେ ରେଡ୍ ଜୋନ୍‌ରେ ଆସୁଥିବା ସମସ୍ତ ସରକାରୀ କୋଠାର ସୁରକ୍ଷା ଲାଗି ସେନା ମୁତୟନ କରାଯାଇଥିବା ପାକିସ୍ତାନ ଗୃହମନ୍ତ୍ରୀ କହିଛନ୍ତି।

Related Posts