ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଅଟୋକୁ ଧକ୍କା ଦେଲା ଟ୍ରକ, ୫ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଟୋକୁ ଟ୍ରକ ଧକ୍କା ଦେବା ଫଳରେ ଚାଲିଯାଇଛି ୫ ଜଣଙ୍କ ଜୀବନ ।

ସୂଚନାନୁସାରେ, ଏକ ଅଟୋରେ କିଛି ଯାତ୍ରୀ ଏନଏଚ-୫୩ ଦେଇ ଯାଉଥିଲେ । ହେଲେ ମୁକ୍ତାପାଣି ନିକଟରେ ଅଟୋକୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ୫ ଜଣ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛନ୍ତି । ସମସ୍ତ ମୃତକ ବାଙ୍ଗୁରା ଗ୍ରାମର ବୋଲି ଜଣାପଡିଛି । ତେବେ ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଅଟୋ ଓ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Related Posts