ଢେଙ୍କାନାଳ : ଡିଏଫ୍‌ଓଙ୍କୁ ଆକ୍ରମଣ କଲେ ପଥର ମାଫିଆ । ବେଆଇନ୍‌ ପଥର ଖାଦାନ ଉପରେ ବନବିଭାଗର ଚଢାଉ ବେଳେ ଆକ୍ରମଣ କରିଛନ୍ତି ପଥର ମାଫିଆ । ଯେଉଁଥିରେ ଡିଏଫ୍‌ଓ ଆହତ ହୋଇଛନ୍ଚି । ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଢେଙ୍କନାଳ ଜିଲ୍ଲା ସଦର ଥାନା ସାନକୁରୁମଟାଙ୍ଗରରେ ଜଙ୍ଗଲ ଜାଗାରେ ଚାଲିଥିଲା ବେଆଇନ୍‌ ଖଣି ଖନନ । ଏନେଇ ବନବିଭାଗ ଏକ ଟିମ୍‌ ଡିଏଫ୍‌ଓଙ୍କ ନେତୃତ୍ୱରେ ଚଢାଉ କରିବାକୁ ଯାଇଥିଲେ । ହେଲେ ପଥର ମାଫିଆମାନେ ପାଲଟା ବନବିଭାଗ ଟିମ୍‌କୁ ଆକ୍ରମଣ କରିଥିଲେ । ଯେଉଁଥିରେ ଡିଏଫ୍‌ଓ ପ୍ରକାଶ ଚାନ୍ଦ ଗୋଗିନେନି ଆହତ ହୋଇଛନ୍ତି । ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପରେ ପୋଲିସ ଘଟଣାରେ ତିନି ଜଣଙ୍କୁ ଗିରଫ କରି ଛାନ୍‌ଭିନ୍‌ ଜାରି ରଖିଛି