ଶ୍ବଶୁର ଘର ଲୋକଙ୍କ ମିଛ ଯୌତୁକ ନିଯ୍ୟାତନାକୁ ସହ୍ୟ କରିପାରିଲାନି ଜ୍ୱାଇଁ: ସାତ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା

ରାଉରକେଲା : ରାଉରକେଲା ସିଭିଲ ଟାଉନସିପ ଅଂଚଳରେ ଘଟିଛି ଏକ ଅଘଟଣ | ଜଣେ ଯୁବ ବ୍ୟବସାୟ ସାତ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି | ସେ ପୁଣି ନିଜ ଶ୍ବଶୁର ଘର ଲୋକଙ୍କ ମିଛ ଯୌତୁକ ନିଯ୍ୟାତନାକୁ ସହ୍ୟ କରିନପାରି |

ତେବେ ମୃତ୍ୟୁ ପୂର୍ବରୁ ଶେଷ କଥା କହିଛନ୍ତି ମୃତ ଯୁବକ । ଯୁବ ବ୍ୟବସାୟ ରାଉଲ ଅଗ୍ରଓ୍ବାଲଙ୍କ ଆତ୍ମହତ୍ୟା ପୂର୍ବର ଭିଡ଼ିଓ ଏବେ ଭାଇରାଲ ହେବାର ଲାଗିଛି । ମୃତ୍ୟୁ ପୁର୍ବରୁ ରାଉଲ ନିଜେ ଭିଡ଼ିଓ କରି ବାପା ମା ଭାଇ ଭଉଣୀ ପତ୍ନୀ ଓ ପୁଅ ବିଷୟରେ କହିଛନ୍ତି । ଜୀବନ ହାରିବା ପୂର୍ବରୁ ବାପା ମାଙ୍କୁ କ୍ଷମା ମାଗି କହିଛନ୍ତି ନିର୍ଯାତନା ସହିବାର ସୀମା ଟପିଗଲା । ଶେଷରେ ଜୀବନ ହାରିବାକୁ ବାଧ୍ୟ ହେଲି।

ଖବର ଅନୁଯାୟୀ, ମିଛ ଯୌତୁକ ମାମଲା ପାଇଁ ବଦନାମ କରି ଶାଶୂ ଶ୍ବଶୁର ଦେଉଥିଲେ ମାନସିକ ନିର୍ଯାତନା । ଶାଶୂ ଶ୍ବଶୁର ଏବଂ ଶାଳକଙ୍କ ପ୍ରରୋଚନାରେ ସ୍ବୀ ବାରମ୍ବାର ମାନସିକ ନିର୍ଯାତନା ଦେଇଆସୁଥିଲେ । ଯୁବ ବ୍ୟବସାୟୀ ରାଉଲ ଅଗ୍ରଓ୍ବାଲ ୨୦୧୨ରେ ଝାଡ଼ଖଣ୍ଡ ଜାମସେଦପୁରରେ ବିବାହ କରିଥିଲେ । ୨୦୨୦ ଫେବୃଆରୀ ୧୪ରେ ସ୍ତ୍ରୀ ତାଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା କରିଥିଲେ । ରାଉଲ ଆତ୍ମହତ୍ୟା ପୂର୍ବରୁ ଏହା ମଧ୍ୟ ଭିଡ଼ିଓରେ କହିଛନ୍ତି ଯେ ସେ ତାଙ୍କ ଜାଆଁଳା ପୁଅ ଝିଅଙ୍କୁ ତିନି ମାସ ହେଲା ଦେଖି ନାହାନ୍ତି । ପୁଅ ଝିଅଙ୍କୁ ତାଙ୍କ ଠାରୁ ଦୂରରେ ରଖାଯାଇଛି । ଏମିତି ଭିଡ଼ିଓ ଭାରରାଲ କରିବା ପରେ ରାଉଲ ଜାମସେଦ ପୁର ଯାଇ ସାତ ମହଲା କୋଠାରୁ ଗତ ୫ ତାରିଖ ଅପରାହ୍ଣରେ ଡ଼େଇଁ ଆତ୍ମହତ୍ୟା କରିଛନ୍ତି ।

ଅନ୍ୟପକ୍ଷରେ ରାହୁଲ ମୃତ୍ୟୁ ପୂର୍ବରୁ ଜାରି କରିଥିବା ଭିଡ଼ିଓରେ କହିଛନ୍ତି ଯେ, ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି । ଆମ ପରିବାର ଲୋକେ ଯୌତୁକ ନିର୍ଯାତନା ଦେଇଥିବା ନେଇ ଯେଉଁ ଅଭିଯୋଗ ହୋଇଛି । ତାହାର ସତ୍ୟାସତ୍ୟ ପଦାକୁ ଆସିବା ଦରକାର । ପତ୍ନୀଙ୍କ ପରିବାର ଲୋକଙ୍କ ଲାଇଭ୍‌ ଡିଟେକ୍ଟ ଟେଷ୍ଟ କରାଯାଉ । ସେମାନେ ସତ କହୁଛନ୍ତି କି ମିଛ କହୁଛନ୍ତି ତାହା ସ୍ପଷ୍ଟ ହୋଇଯିବ । ସେ ଆହୁରି କହିଛନ୍ତି ଯେ, ପୁଲିସ୍‌ ତାଙ୍କ ପରିବାର କଥା କିଛି ଶୁଣୁନଥିଲା । ଟଙ୍କା ନେଇ ପୁଲିସ୍‌ ଶ୍ୱଶୁର ଘର ଲୋକଙ୍କ କଥା ଶୁଣୁଥିଲା |

ତେବେ ଅନେକ ସମୟରେ ଯଦି ଏହିପରି କିଛି ଅଭିଯୋଗ ଜଣେ ମହିଳା ଆଣନ୍ତି, ତେବେ ପୋଲିସ ଏହା ଉପରେ ଆକ୍ସନ ନେବା ଆରମ୍ଭ କରି ଦିଏ | କିନ୍ତୁ ଏହି କ୍ଷେତ୍ରରେ ଜଣେ ପୁରୁଷ ପ୍ରତି ଏପରିକି କିଛି ବି ହୁଏ ନାହିଁ | ସମାଜ ନାରୀ ଓ ପୁରୁଷ ମଧ୍ୟରେ ସମାନ ଅଧିକାର ଓ ସମଜନସଯ ଥିବା କଥା କହୁଥିବା ବେଳେ, ଏହି ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି |

Related Posts