କରୋନା ଭୟ: ଆଜି ତୃତୀୟ ଦିନରେ ୨୦ ହଜାର ଟପିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା | ପୁଣି ଥରେ ଟେନସନ ଦେଲାନି କରୋନା । କ୍ରମାଗତ ହେଲା ଦୈନିକ ସଂକ୍ରମଣ ବଢିବାକୁ ଲାଗିଛି | ତିନି ଦିନ ହେଲା ୨୦ ହଜାରରୁ ଅଧିକ ଦୈନିକ ସଂକ୍ରମଣ ରେକର୍ଡ ହେଉଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍‌ 20,044 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢିବା ସହ ମୃତ୍ୟୁସଂଖ୍ୟା ମଧ୍ୟ କ୍ରମଶଃ ବୃଦ୍ଧି ପାଉଛି । 24 ଘଣ୍ଟାରେ ଦେଶରେ 56 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 18,301ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଲକ୍ଷେ ପାର୍‌ କରିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 1,40,760କୁ ବୃଦ୍ଧି ପାଇଛି । ଦେଶର ଦୈନିକ ପଜିଟିଭ ରେଟ୍ 4.80%ରେ ପହଞ୍ଚିଛି । ଏଯାବତ୍ 4,30,63,651 ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଓ ସମୁଦାୟ 5,25,660 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 199 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 22,93,627 ଜଣଙ୍କୁ ଟିକା ଦିଆଯାଇଛି । ତେବେ କ୍ରମଶଃ ସଂକ୍ରମଣ ବଢିବା ସହ ଏବେ ବିଭିନ୍ନ ରାଜ୍ୟରେ କୋଭିଡ କଟକଣା ପୁଣି କଡାକଡି ହୋଇଛି ।

Related Posts