ସିଟ୍ ପାଇଁ ଲୋକାଲ ଟ୍ରେନରେ ଖଣ୍ଡଯୁଦ୍ଧ; ମହିଳା ଯାତ୍ରୀଙ୍କ ମଧ୍ୟରେ ହାତାହାତି ଓ ଭଙ୍ଗାରୁଜା, ଭିଡ଼ିଓ ଭାଇରାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସିଟ୍ ପାଇଁ ଲୋକାଲ ଟ୍ରେନରେ ହାତାହାତି ହେଲେ ମହିଳା। ପରିସ୍ଥିତି ଏପରି ହୋଇଥିଲା ଯେ, ଡ୍ୟୁଟିରେ ଥିବା ଜଣେ ପୋଲିସ କର୍ମଚାରୀଙ୍କୁ ମଧ୍ୟ ମହିଳାମାନେ ମାଡ ମାରିବାକୁ ପଛାଇନଥିଲେ । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଥାଣେ-ପାନଭେଲ ଲୋକାଲ ଟ୍ରେନର ବୋଲି ଜଣାପଡିଛି।

ବାସି ସରକାରୀ ରେଳ ପୋଲିସ (ଜିଆରପି)ର ଇନ୍ସପେକ୍ଟରଙ୍କ କହିବା ଅନୁଯାୟୀ ତୁର୍ବେ ଷ୍ଟେସନ ନିକଟରେ ଥିବା ଏକ ସିଟ୍ ରେ ବସିବା ନେଇ ତିନିଜଣ ମହିଳା ଯାତ୍ରୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ମାମଲା ଗମ୍ଭୀର ହୋଇଥିଲା ସେତେବେଳେ, ଯେତେବେଳେ ଏହି ଘଟଣାରେ ଅଧିକ ମହିଳା ସାମାଲ ହୋଇଯାଇଥିଲେ । ଘଟଣା ପରେ ଜିଆରପି ତଦନ୍ତ ଆରମ୍ଭ କରିଛି । ଏନେଇ ମାମଲା ରୁଜୁ ହୋଇଛି । ଏହି ବିବାଦର ସମାଧାନ ପାଇଁ ନେରୁଲରେ ହସ୍ତକ୍ଷେପ କରିବାକୁ ଆସିଥିବା ଜଣେ ପୋଲିସ କର୍ମଚାରୀଙ୍କୁ ମଧ୍ୟ ମହିଳାମାନେ ଛାଡି ନଥିଲେ । କିଛି ମହିଳା ଯାତ୍ରୀ ପୋଲିସକୁ ଆକ୍ରମଣ କରିଥିଲେ । ଯେଉଁଥିରେ ସେ ଆହତ ହୋଇଥିଲେ । ଜଣେ ପୋଲିସ କର୍ମଚାରୀଙ୍କ ସମେତ ଅତି କମରେ ତିନିଜଣ ମହିଳା ଆହତ ହୋଇଛନ୍ତି । ଭିଡିଓରେ ଦୁଇଜଣ ମହିଳା ଯାତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗି ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି ।

ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ତୁର୍ବେ ଷ୍ଟେସନରେ ଗୋଟିଏ ସିଟ୍ ଖାଲି ଥିବାବେଳେ ଜଣେ ମହିଳା ଯାତ୍ରୀ ଅନ୍ୟ ଜଣେ ମହିଳାଙ୍କୁ ସିଟ୍ ଦେବାକୁ ଚେଷ୍ଟା କରିଥିଲେ । ତେବେ ଜଣେ ତୃତୀୟ ମହିଳା ମଧ୍ୟ ସମାନ ସିଟ ଦଖଲ କରିବାକୁ ଚେଷ୍ଟା କରିଥିଲେ । ଏହି ଘଟଣାରେ ତିନିଜଣ ମହିଳାଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା । ଧୀରେ ଧୀରେ ଏହି ଘଟଣାରେ ଅନେକ ମହିଳା ସାମିଲ ହୋଇଥିଲେ ଓ ବିବାଦ ଆଗକୁ ବଢିଥିଲା ।

Related Posts