
ମୁମ୍ଵାଇ : ଗିରଫ ହୋଇଛନ୍ତି ଚଳଚ୍ଚିତ୍ର ନିର୍ମାତା କମଲ କିଶୋର ମିଶ୍ରା । ନିଜ ପତ୍ନୀ ଙ୍କ ଉପରେ କାର ଚଢ଼ାଉ ଦେବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। କମଲଙ୍କ ପତ୍ନୀ (ଜସ୍ମିନ୍) କାରରେ ତାଙ୍କ ସ୍ଵାମୀଙ୍କୁ ଅନ୍ୟ ଏକ ମହିଳାଙ୍କ ସହ ରୋମାନ୍ସ କରୁଥିବାର ଦେଖିଥିଲେ। ଏହାକୁ ରୋକିବାକୁ ଚେଷ୍ଟା କରିବାରୁ କମଲ ତାଙ୍କ ପତ୍ନୀଙ୍କ ଉପରେ କାର ଚଢାଇ ଦେଇଥିଲେ ।
ଏନେଇ ଗୁରୁବାର ଦିନ ତାଙ୍କ ପତ୍ନୀ ଅଭିଯୋଗ କରିବା ପରେ ତାଙ୍କୁ ପଚରାଉଚରା ପାଇଁ ମୁମ୍ବାଇର ପୋଲିସ ଷ୍ଟେସନକୁ ଅଣାଯାଇଥିଲା। ଏହାକୁ କେନ୍ଦ୍ର କରି ମୁମ୍ବାଇ ପୋଲିସ ଗିରଫ କରିଛି।
୧୯ ଅକ୍ଟୋବରର ଅନ୍ଧେରି (ପଶ୍ଚିମ)ରେ ଥିବା ଏକ ଆପାର୍ଟମେଣ୍ଟର ପାର୍କିଂ ସ୍ଥାନରେ ଏହି ଘଟଣା ଘଟିଥିଲା, ଅଭିଯୋଗ ଅନୁଯାୟୀ, ଯେତେବେଳେ ମିଶ୍ରାଙ୍କ ପତ୍ନୀ ତାଙ୍କୁ କାରରେ ଥିବା ଅନ୍ୟ ଜଣେ ମହିଳାଙ୍କ ସହିତ ଦେଖିଥିଲେ। ଏହାକୁ ରୋକିବାରୁ ସେ ତାଙ୍କ ଉପରେ କାର ଚଡାଇ ଦେଇଥିଲେ।
ଏହାକୁ ନେଇ ଜସ୍ମିନ୍ଙ୍କ ଅଭିଯୋଗକୁ ଭିତ୍ତି କରି ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ସମ୍ପୃକ୍ତ ବିଭାଗ ଅଧୀନରେ ଅମ୍ଵୋଲି ପୋଲିସ ଷ୍ଟେସନରେ ମିଶ୍ରା ଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା। ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇଛି ।