
ତେହେରାନ: ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଜୋର୍ ଧରିଛି। ଏହାରି ଭିତରେ ଇରାନ ସରକାରଙ୍କର ହିଟଲର ଶାସନ ଦେଖିବାକୁ ମିଳିଛି। ବିକ୍ଷୋଭକାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ, ତାଙ୍କ ଉପରକୁ ଗୁଳି ଚଳାଇଛନ୍ତି ଇରାନ ସୁରକ୍ଷା କର୍ମୀ। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ବିକ୍ଷୋଭ ଦମନ କରିବା ପାଇଁ ବୁଧବାର ରାତିରେ ଇରାନ ସରକାର ବନ୍ଧୁକ ଗୁଳିରେ ଲୋକଙ୍କୁ ହତ୍ୟା କରିଥିବା ମାନବ ଅଧିକାର ଏନଜିଓ ଅମନେଷ୍ଟ ଇଣ୍ଟରନ୍ୟାସନାଲ କହିଛି।
ଏପର୍ଯ୍ୟନ୍ତ ୮ ଜଣଙ୍କୁ ହତ୍ୟା କରାଯାଇଥିବା ଅମନେଷ୍ଟି ଅନ୍ତର୍ଜାତୀୟ ସଂସ୍ଥା ସୂଚନା ଦେଇଛି। ବିକ୍ଷୋଭକାରୀମାନେ ପ୍ରଦର୍ଶନ କରୁଥିବା ବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି ଅମନେଷ୍ଟି କହିଛି।
ସଂସ୍ଥା କହିଛି “ ବିକ୍ଷୋଭକାରୀଙ୍କ ଉପରେ ଗୁଳି ଚଳାଇ ବୁଧବାର ରାତିରୁ ଏପର୍ଯ୍ୟନ୍ତ ୮ ଜଣଙ୍କୁ ହତ୍ୟା କରିଛି ଇରାନ ଫୋର୍ସ।” ଗୁରୁବାର ଏହି ସୂଚନା ଦେଇଛି ଆମନେଷ୍ଟି ମାନବାଧିକାର ଏନଜିଓ। କେବଳ ସେତିକି ନୁହେଁ ଭାରତରେ ଜାଲିୱାନାୱାଲାବାଗରେ ବ୍ରିଟେନର ଗୁଳି ଚାଳନା ଭଳି ଇରାନ ପ୍ରଦର୍ଶନକାରୀଙ୍କ ଉପରେ ଏଭଲି ଖୋଲା ଗୁଳି ଚାଳନାକୁ ନିନ୍ଦା କରିଛି ଅମନେଷ୍ଟି ଇଣ୍ଟରନ୍ୟାସନାଲ୍।
ସୂଚନା ଅନୁସାରେ, ମାସା ଅମିନୀଙ୍କ ମୃତ୍ୟୁର ୪୦ ପରେ ତାଙ୍କ ସ୍ମୃତିରେ ବୁଧବାର ହଜାର ହଜାର ବିକ୍ଷୋଭକାରୀ ହିଜାବ ଶୋଭାଯାତ୍ରା କରୁଥିଲେ। ଇରାନ ସୁରକ୍ଷାକର୍ମୀମାନେ ଏହି ଶୋଭାଯାତ୍ରାରେ ଖୋଲାଖୋଲି ଗୁଳି ଚାଳନା କରିଥିଲେ।
ଇରାନର 22 ବର୍ଷୀୟା କୁର୍ଦିଶ ମହିଳା ମାସା ଅମିନୀ ସେପ୍ଟେମ୍ବର 16 ତାରିଖରେ ପୁଲିସ କଷ୍ଟୁଡିରେ ପ୍ରାଣ ହରାଇଥିଲେ। ତାଙ୍କର ଭୁଲ ଥିଲା ଯେ ସେ ଭଲବାବରେ ହିଜାବ ପିନ୍ଧିନଥିଲେ। ଏଥିପାଇଁ ଇରାନର ମୋରାଲ ପୁଲିସ ତାଙ୍କୁ ଗିରଫ କରିଥିଲା। ଆଉ ଗରିଫର 3 ଦିନ ପରେ ଅମିନୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁକୁ ଆଜି 40 ଦିନ ପୂରିଥିବା ବେଳେ ଇରାନ ହିଜାବ ବିରୋଧୀ ଆନ୍ଦୋଳନ ଜାରି ରହିଛି। ଏହାକୁ ଦନମ କରିବାକୁ ଇରାନ ସରକାର ଏବେ ବଳ ପ୍ରୟୋଗ କରୁଛନ୍ତି ।