
ନୂଆଦିଲ୍ଲୀ: ଇଟାଲୀ ଫୁଟବଲ ଖେଳାଳି ପାବଲୋ ମାରିଙ୍କୁ ଛୁରାମାଡ । ଇଟାଲୀର ଆସାଗୋ ସହରରେ ହୋଇଥିବା ଭୟଙ୍କର ଛୁରାମାଡ଼ ଘଟଣାରେ ସେ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।
ଗୁରୁବାର ଆସାଗୋ ସହରର ଏକ ସପିଂ ମଲରେ ଏହି ଛୁରାମାଡ଼ ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାବଲୋଙ୍କ ସମେତ 5 ଆହତ ହୋଇଛନ୍ତି।
ଏହି ଘଟଣାରେ 46 ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ତେବେ ଆକ୍ରମଣ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ବୋଲି ଇଟାଲୀର କାରବିନିୟର ପୁଲିସ କହିଛି।
ପୁଲିସର ସୂଚନା ଅନୁସାରେ, ଏହି ଛୁରାମାଡ଼ରେ ସପିଂମଲରେ କାମ କରୁଥିବା 47 ବର୍ଷୀୟା ବୋଲିଭିଆନ ନାଗରିକଙ୍କର ମୃତ୍ୟୁ ହୋଇଛି। ଆଉ ଜଣେ କର୍ମଚାରୀ ମଧ୍ୟ ମାରି ଓ ଅନ୍ୟ 4 ଗ୍ରାହକ ସମେତ ଆହତ ହୋଇଥିବା ପୁଲିସ କହିଛି।
ଏହି ଘଟଣାରେ ପାବଲୋ ମାରିଙ୍କ ବିଷୟରେ ସୂଚନା ଦେଇ ତାଙ୍କ ଏଜେଣ୍ଟ କହିଛନ୍ତି ଯେ ମାରିଙ୍କୁ ଆଘାତ ଗୁରୁତର ନୁହେଁ। ତେବେ ଘଟଣାକୁ ନେଇ ମୋଞ୍ଜା କ୍ରିକେଟ କ୍ଲବର ମୁଖ୍ୟ ଆଦ୍ରିନୋ ଗାଲ୍ଲିଆନି କହିଛନ୍ତି ଯେ ମାରିଙ୍କ ପଛପଟେ ଗଭୀର ଆଘାତ ଲାଗିଛି। ତେବେ ତାଙ୍କ ଜୀବନ ପ୍ରତି ବିପଦ ନାହିଁ। ସେ ଖୁବଶୀଘ୍ର ଭଲ ହୋଇଯିବେ ବୋଲି ଆଦ୍ରିନୋ କହିଛନ୍ତି।
ସୂଚନା ଥାଉକି, ପାବଲୋ ମାରି 2020 ଜାନୁଆରୀ ମାସରେ ଅର୍ସେନଲରେ ଯୋଗ ଦେଇଥିଲେ ।