ଶେଷରେ ଋଷ ର ଆଲୋଚନା ପ୍ରସ୍ତାବ ଉପରେ ସହମତି ପ୍ରକାଶ କରିଛି ୟୁକ୍ରେନ । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଏକ ଭଲ ଖବର ବୋଧେ ଆଣିପାରେ ଯୁଦ୍ଧ ରେ ସ୍ଥିରତା । ଋଷ ତରଫରୁ ୟୁକ୍ରେନକୁ ଦିଆଯାଇଥିବା ଆଲୋଚନା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ୟୁକ୍ରେନ ସରକାର । ଏହି କ୍ରମରେ ଋଷର ସମର୍ଥକ ଦେଶ ବେଲାରୁଷ ସୀମାରେ ଏନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି ।
କହିରଖୁ କି କିଛି ସମୟ ପୂର୍ବରୁ ଋଷର ଆଲୋଚନା ପ୍ରସ୍ତାବକୁ ୟୁକ୍ରେନ ରାଷ୍ଟ୍ରପତି ବୋଲୋଡିମିର ଜେଲେନସ୍କି ଅସ୍ୱୀକାର କରିଥିଲେ । ଜେଲେନସ୍କି କହିଥିଲେ କି ଯେଉଁ ଦେଶ ଭିତରେ ରହି ଋଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛି ସେହି ଦେଶରେ କିଭଳି ଋଷ ସହ ଆଲୋଚନା ହୋଇ ପାରିବ ।ବେଲାରୁଷ ହେଉଛି ଋଷର ଏକ ସମର୍ଥକ ଦେଶ । ଏହାସହ ଋଷର ୟୁକ୍ରେନ ଉପରେ ଆକ୍ରମଣକୁ ବେଲାରୁଷ ପୂର୍ଣ୍ଣ ସମର୍ଥନ ଜଣାଇ ଆସୁଛି ।
ସେପଟେ ପଶ୍ଚିମ ଦେଶମାନେ ଋଷ ସହ ବେଲାରୁଷ ଉପରେ ବି ଯୁଦ୍ଧକୁ ନେଇ ବିିଭିନ୍ନ କଟକଣା ଲଗାଇଛନ୍ତି । ତେଣୁ ୟୁକ୍ରେନ ପ୍ରଥମେ ଋଷର ଆଲୋଚନା ପ୍ରସ୍ତାବ ଉପରେ କହିଥିଲା କି ଯଦି ଆଲୋଚନା ହେବ ତେବେ ତୁର୍କୀ , ପୋଲାଣ୍ଡ କିମ୍ବା ଅନ୍ୟ କୌଣସି ଦେଶକୁ ଆଲୋଚନା ପାଇଁ ଆସନ୍ତୁ ଋଷର ପ୍ରତିନିଧି ମଣ୍ଡଳ ।
