ପ୍ଲେ ଷ୍ଟୋରରୁ ହଟିବ ବେଆଇନ ଲୋନ ଦେଉଥିବା ଆପ୍: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଦେଶରେ ବେଆଇନ ଲୋନ ଆପର ମାତ୍ର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବଢୁଥିବା ସଂଖ୍ୟା ଏବଂ ଏହା ଜରିଆରେ ହେଉଥିବା ଜାଲିଆତି ମଧ୍ୟ ବଢ଼ିଛି । ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବେଆଇନ ଲୋନ୍ ଆପ ରୋକିବା ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆରବିଆଇକୁ ଏକ ସୂଚୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ଆରବିଆଇ ବୈଧ ଲୋନ ଆପର ସୂଚୀ ପ୍ରସ୍ତୁତ କରିବ ଏବଂ ଆଇଟି ମନ୍ତ୍ରଣାଳୟ ସୂଚୀରେ ଉପଲବ୍ଧ ଆପକୁ ହିଁ ଆପ୍ ଷ୍ଟୋରରେ ଯେପରି ଉପଲବ୍ଧ ରହିବ ତାହା ସୁନିଶ୍ଚିତ କରାଯିବ।

ଉଲ୍ଲେଖଯୋଗ୍ୟ ଯେ, ଅଧିକାଂଶ ଡିଜିଟାଲ ନେଣଦେଣ ଆପ୍ କେନ୍ଦ୍ରୀୟ ବ୍ୟାଙ୍କ ସହ ପଞ୍ଜିକୃତ ନାହାନ୍ତି ଏହଂ ସ୍ୱୟଂ ପରିଚାଳିତ। ନିକଟରେ ଅନେକ ଗୁଡିକ ଡିଜିଟାଲ ଲେଣ୍ଡିଂ ଆପର ନିର୍ଯାତନା ଯୋଗୁଁ ଋଣ ନେଇଥିବା ବ୍ୟକ୍ତି ଆତ୍ମହତ୍ୟା କରିଥିବ ଖବର ସାମନାକୁ ଆସିଥିଲା ।

ଅନ୍ୟପଟେ ବେଆଇନ ଆପର ପ୍ରଚାରକୁ ରୋକିବା ପାଇଁ କର୍ପୋରେଟ ମାମଲାର ମନ୍ତ୍ରଣାଳୟ ସେଲ କମ୍ପାନିକୁ ଚିହ୍ନଟ କରିବ ଏବଂ ଏହାର ଦୁରୁପଯୋଗକୁ ରୋକିବା ପାଇଁ ସେମାନଙ୍କ ରେଜିଷ୍ଟ୍ରେସନକୁ ରଦ୍ଦ କରିବ। ଏହାଛଡା ଏହି ଆପ ଗୁଡିକ ବାବଦରେ ଗ୍ରାହକ, ବ୍ୟାଙ୍କ କର୍ମଚାରୀ, ସରକାରୀ ଏଜେନ୍ସି ଏବଂ ଅନ୍ୟ ହିତାଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ ।

Related Posts