ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଋଷ କୁ ପୁଣି ନାଲି ଆଖି ଦେଖାଇଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଜାଣନ୍ତୁ କଣ କହିଲେ…

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜିକୁ ମାସେ ପୁରିଲା । କିନ୍ତୁ ବିଗତ 30 ଦିନ ହେଲା ଉଭୟଙ୍କ ମଧ୍ୟରେ ଜାରୀ ରହିଥିବା ଯୁଦ୍ଧ ଥମିବାର ନାଁ ଧରୁନି । ଋଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛନ୍ତି । କେହି କାହାରିକୁ ଛାଡିବାକୁ ନାରାଜ । ୟୁକ୍ରେନର ଅନେକ ସହର ଉପରେ ଋଷ ଘନଘନ ମିସାଇଲ ମାଡ କରୁଛି । କିନ୍ତୁ ୟୁକ୍ରେନ ଜିଦ୍ ରେ ଅଟଳ ରହି ଋଷ ସେନାଙ୍କ କଡ଼ା ମୁକାବିଲା କରିବାରେ ଲାଗିଛି । ଏପରିକି ପୁଟିନଙ୍କ ସେନା ଗୋଟିଏ ପରେ ଗୋଟିଏ ସହର କବଜା କଲାଣି । ଏହାମଧ୍ୟରେ ଋଷ ୟୁକ୍ରେନକୁ ବାରମ୍ବାର ପରମାଣୁ ଆକ୍ରମଣ ଭୟ ଦେଖାଉଛି । ୟୁକ୍ରେନରେ କେମିକାଲ ଅସ୍ତ୍ର ମଧ୍ୟ ମାଡ କରିଛି । ଯାହାକୁ ନେଇ ବଡ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

ବାଇଡେନ୍ କହିଛନ୍ତି ଯେ, ଯଦି ଋଷ କେମିକାଲ ବା ରସାୟନ ଅସ୍ତ୍ର ପ୍ରୟୋଗ ନେଇ ପ୍ରମାଣ ମିଳେ ତେବେ ସେମାନେ ଚୁପ୍ ରହିବେନି । ନାଟୋ କେବେ ହେଲେ ଚୁପ୍ ବସିବନି । ନାଟୋର ବ୍ରୁସେଲ୍ସରେ ଆୟୋଜତ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଏହା କହିଛନ୍ତି ।

ସୂଚନାଯୋଗ୍ୟ, ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ। ରକେଟ୍‌,ବୋମା, ଟ୍ୟାଙ୍କ ଆଦିରେ ଚାରିଆଡ଼ୁ ବାରୁଦ ବର୍ଷା କରୁଛି ପୁଟିନ ସେନା। ୟୁକ୍ରେନ୍‌କୁ ବର୍‌ବାଦ କରିବା ପାଇଁ ପୁଟିନ କୌଣସି ବି ପ୍ରୟାସ ଛାଡ଼ୁ ନାହାଁନ୍ତି। ଯେତେ ଯେତେ ଘାତକ ମିଶାଇଲ୍ ଓ ବୋମା ହେଉ ପଛକେ ସବୁ ୟୁକ୍ରେନ୍ ଉପରେ ମାଡ଼ କରାଯାଉଛି। ଏବେ ଋଷ ୟୁକ୍ରେନ୍ ଉପରେ ଫସଫରସ ବୋମା ଫିଙ୍ଗୁଥିବା ଅଭିଯୋଗ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି ।

Related Posts