ଫାଇନ୍ ଇଣ୍ଡିଆ ଚିଟଫଣ୍ଡ ଠକେଇ ମାମଲା; ମୁଖ୍ୟ ଅଭିଯୁକ୍ତ ନାସିର ଖାଁକୁ ଜାମିନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଫାଇନ୍ ଇଣ୍ଡିଆ ଚିଟଫଣ୍ଡ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ନାସିର ଖାଁକୁ ମିଳିଲା ସର୍ତ୍ତମୂଳକ ଜାମିନ୍ । ହାଇକୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ବହୁ ଚର୍ଚିତ ଏହି ଠକେଇ ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିଲେ ନାସିର ଖାଁ । ଠକେଇ ପଇସାରେ ନାସିର ଖାଁ ବଲିଉଡ ଫିଲ୍ମ ନିର୍ମାଣ କରିଥିଲେ ।

ନାସିର ଖାଁ ଫାଇନ ଇଣ୍ଡିଆ କଂପାନୀ ନାଁରେ ୫୦୦ କୋଟି ଟଙ୍କାର ଠକେଇ କରିଛନ୍ତି । ୨୦୦୯ ମସିହା ଅକ୍ଟୋବର ୨୦ରେ ନାସିରଙ୍କୁ ପ୍ରଥମେ କ୍ରାଇମବ୍ରାଂଚ କଟକରୁ ଗିରଫ କରିଥିଲା । ଜମାକାରୀଙ୍କଠୁ ଟଂକା ଆଣି ଅଧିକ ସୁଧ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ଜମାକାରୀଙ୍କ ପଇସାକୁ ଅନ୍ୟତ୍ର ନିବେଶ କରାଇଥିଲେ । ଏହି ପଇସାରେ ସେ ବଲିଉଡର ‘ସାଡୋ’ ନାମରେ ଏକ ଚଳଚ୍ଚିତ୍ର ତିଆରି କରିଥିଲେ । ଯେଉଁଥିରେ ସେ ମଧ୍ୟ ନିଜେ ଜଣେ ଅନ୍ଧ ଭାବରେ ଅଭିନୟ କରିବା ସହିତ ଲିଡ୍ ରୋଲରେ ଥିଲେ ।

Related Posts