କଟକ ସବ ରେଜିଷ୍ଟ୍ରର ଅଫିସରେ ଅଗ୍ନିକାଣ୍ଡ: ୨ ଆହତ ଏସସିବିରେ ଭର୍ତ୍ତି

ଭୁବନେଶ୍ୱର,୩୧/୧(ସତ୍ୟପାଠ ବ୍ୟୁରୋ): କଟକ ସବ ରେଜିଷ୍ଟ୍ରର ଅଫିସରେ ଅଗ୍ନିକାଣ୍ଡ। ଏହି ଘଟଣାରେ ୨ ଜଣ ଆହତ ହୋଇଥିବାର ସୂଚନା ମିଳିଛି। ସେମାନଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବାକୁ ୩ଟି ଦମକଳ ବାହିନୀ ପହଞ୍ଚିଛନ୍ତି।ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ତାହାର କାରଣ ଅସ୍ପଷ୍ଟ ରହିଛି। ତିନି ଦମକଳ ବାହିନୀ ନିଆଁ ଲିଭାଇବାରେ ନିୟୋଜିତ ରହିଛନ୍ତି। ନିଆଁ ଏବେ ଆୟତ୍ତକୁ ଆସିଥିବା କୁହାଯାଉଛି।

ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିଲେ ବି ରେଜିଷ୍ଟ୍ରାର ଅଫିସ ନିକଟରେ ଥିବା ହୋଟେଲରୁ ନିଆଁ ଲାଗି ବ୍ୟାପିଥିବା ସନ୍ଦେହ କରାଯାଉଛି । ପ୍ରଥମେ ହୋଟେଲ , ପରେ ଅବକାରୀ ବିଭାଗ ଗୋଦାମ ଏବଂ ସବ ରେଜିଷ୍ଟ୍ରାର ଅଫିସକୁ ନିଆଁ ବ୍ୟାପିଥିବା ଜଣାପଡିଛି ।

ତେବେ ସଂପୂର୍ଣ୍ଣ ନିଆଁ ଲିଭାଇବାକୁ ଆହୁରି ଘଣ୍ଟାଏ ସମୟ ଲାଗିବ ବୋଲି ଅଗ୍ନଶମ ବିଭାଗର କର୍ମଚାରୀ କହିଛନ୍ତି। କୌଣସି ତରଳ ପଦାର୍ଥ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସେ କହିଛନ୍ତି। ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ଉଭୟଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି। ଏଥିରେ କଣ ସବୁ ପୋଡ଼ିଯାଇଛି ଓ କେତେ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି, ତାହା ଆଉ କିଛି ସମୟ ପରେ ଜଣାପଡ଼ିବ।

Related Posts