ମୁମ୍ବାଇର ଅନ୍ଧେରୀ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ

ମୁମ୍ବାଇ : ମୁମ୍ବାଇର ଅନ୍ଧେରୀ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଅଘଟଣ । ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ ନିଆଁ ଲାଗିଥିବାର ସୂଚନା ମିଳିଥିଲା। ଘଟଣା ସ୍ଥଳକୁ ୧୦ଟି ଦମକଳ ପଠାଯାଇଛି। ଏଠାରେ ଥିବା ଏକ ଦୋକାନରେ ନିଆଁଲାଗିଛି। ୧୦୦୦ ସ୍କୋୟାର ଫୁଟର ଏହି ଦୋକାନର ସମସ୍ତ ସାମଗ୍ରୀ ଜଳି ଯାଇଛି। ନିଆଁ ଲାଗିବାର କାରଣ ଜଣା ପଡି ନାହିଁ। ସେହିପରି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବାର ସୂଚନା ନଥିବା ଦମକଳ ବିଭାଗ କର୍ମଚାରୀ କହିଛନ୍ତି।

ଆସୁଥିବା ରିପୋର୍ଟ ଅନୁସାରେ ୨୯ ଜୁଲାଇ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ ଅନ୍ଧେରୀ ୱେଷ୍ଟର ଚିତ୍ରକୁଟ ସୁଦିଓ ଲିଙ୍କ ନିକଟରେ ଥିବା ଏକ ଦୋକାନରେ ନିଆଁ ଲାଗିଥିବାର ଦମକଳ ବିଭାଗକୁ ସୂଚଚନା ମିଳିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବିଭାଗ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି। ନିଆଁ ଲାଗିବା ଯୋଗୁ ଦୋକାନର କ୍ଷୟକ୍ଷତି ଅଚାନକ ଆକଳନ କରାଯାଇ ପାରି ନାହିଁ।

ତେବେ ଏହି ନିଆଁ ସର୍ଟ ସର୍କିଟ ଯୋଗୁ ଲାଗିଥିବା ଅନୁମାନ କରାଯାଇଛି ।

Related Posts