ଗଣପର୍ବ ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡିଶା

ସତ୍ୟପାଠ ବ୍ୟୁରୋ : ଆଜି ପଶ୍ଚିମ ଓଡିଶାର କୃଷି ଭତ୍ତିକ ଗଣପର୍ବ ନୂଆଖାଇ । ଭାଦ୍ରବ ଶୁକ୍ଳ ପକ୍ଷ ପଂଚମୀ ତିଥୀରେ ଏହି ପର୍ବ ପାଳନ କରାଯାଏ । ନୂଆ ଖାଇ ପାଇଁ ଚଳଚଂଚଳ ପଶ୍ଚିମ ଓଡିଶାର ପୁରପଲ୍ଲୀ । ଏହି ପର୍ବରେ ଇଷ୍ଟଦେବୀଙ୍କୁ ପ୍ରଥମେ ଅମଳକ୍ଷମ ଧାନକେଣ୍ଡା ଅର୍ପଣ କରାଯାଏ ।

ନୂଆ ପିନ୍ଧି ନୂଆ ଖାଇବାରେ ପାଳିତ ହୁଏ ନୂଆଖାଇ । ମଜା ମସ୍ତି ପାଇଁ ଘରକୁ ଫେରନ୍ତି ବାହାରେ ଥିବା ପରିବାରଲୋକେ । ଏହି ଅବସରରେ ସାରା ପରିବାର ଏକାଠି ହୁଏ । ନବାନ୍ନ ଅର୍ପଣ ପରେ ନବାନ୍ନ ଭକ୍ଷଣ କରନ୍ତି ଲୋକେ । ଏହି ଦିନକୁ ଚାହିଁ ରହିଥାଏ ଚଷାପୁଅ । କାରଣ ତାର ଅମଳର ପ୍ରଥମ ଅର୍ପଣ ସେ ନିଜ ଇଷ୍ଟଦେବୀଙ୍କୁ କରିଥାଏ ।

Related Posts