ଆକାଶରୁ ଝରୁଛି ନିଆଁ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ | ଅସହ୍ୟ ଗରମରେ ଛଟପଟ ଜନଜୀବନ | ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବହାରରେ ସନ୍ତୁଳି ହେଉଛି ସାରା ଓଡିଶା । ରାତି ପାହିବା ପରେ ସମୟ ବଢ଼ିବା ସହ ଦିନର ତାପମାତ୍ରା ବଢ଼ି ବଢ଼ି ଚାଲିଛି । ସକାଳୁ ବାହାରକୁ ବାହାରିବା ଯେପରି ମୁସ୍କିଲ ହୋଇପଡ଼ିଛୁ | ସକାଳ ୮ଟା ରୁ ଆରମ୍ଭ ହୋଇଯାଉଛି ଗୁଳିମୁଳି | ଘରୁ ବାହାରକୁ ବାହାରିଲେ ଦେହ ମୁହଁ ପୋଡି ଯାଉଛି । ଟାଇଁ ଟାଇଁ ଖରାରେ ଶହେ ମିଟର ଯିବା ବି କଷ୍ଟକର ହୋଇପଡୁଛି । ଘରେ ବି ରହିବା ମୁସ୍କିଲ ହେଉଛି । ଗୁଳିଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ଲାଗୁଛି । ତାତି ବଢ଼ିବା ଯୋଗୁଁ କେବଳ ମଣିଷ ନୁହେଁ ଜୀବଜନ୍ତୁ ବିି ତ୍ରାହି ଡାକିଲେଣି ।

ସ୍ଥିତିକୁ ନଜରରେ ରଖି ରାଜ୍ୟର ୪ଜିଲ୍ଲା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ପଶ୍ଚିମଓଡିଶାରେ କିଛି ଦିନ ପାରଦ ଟିକେ କମ୍ ରହିବା ପରେ ଏବେ ପୁଣି ରେକର୍ଡ ଭାଙ୍ଗୁଛି । ବିଶେଷକରି ବଲାଙ୍ଗୀର, ସୋନପୁର ଭଳି ଜିଲ୍ଲା ପ୍ରତ୍ୟକ ଦିନ ଅଲୋଡା ରେକର୍ଡ କରୁଛନ୍ତି । ସବୁଠାରୁ ଚିନ୍ତାର ବିଷୟ ହେଉଛି ଗ୍ରୀଷ୍ମ ପ୍ରବାହ ଆଗକୁ ଏମିତି ଜାରି ରହିବ ବୋଲି ପାଣିପାଗ ବିଭାଗର ଆକଳନ ।

ସୂଚନାଯୋଗ୍ୟ, ଗତକାଲି ( ସୋମବାର)ରାଜ୍ୟର ୨୭ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା ।

ବଲାଙ୍ଗୀର ସହର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଏଠାରେ ତାପମାତ୍ରା ୪୪ ଡିଗ୍ରୀ ଆତିକ୍ରମ କରିଛି । ଟିଟିଲାଗଡ଼ରେ ୪୩.୮ ଡିଗ୍ରୀ, ଅନୁଗୁଳ ୪୩.୭, ସୋନପୁର ୪୩.୪, ବାରିପଦା ଓ ଝାରସୁଗୁଡ଼ାରେ ୪୩.୨, ତାଳଚେର ଓ ସମ୍ୱଲପୁରରେ ୪୩ ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ବାରିପଦାଓ ଝାରସୁଗୁଡ଼ାରେ ୪୩.୨, ତାଳଚେର ଓ ସମ୍ୱଲପୁରରେ ୪୩, ହୀରକୁଦରେ ୪୨.୬, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୪୨.୫ ଡିଗ୍ରୀ, ବୌଦ୍ଧ, ଦେବଗଡ଼ ଢେଙ୍କାନାଳରେ ତାପମାତ୍ରା ୪୨.୫ ଡିଗ୍ରୀ ରହିଛି ।

ଅନ୍ୟପଟେ କେନ୍ଦ୍ରାପଡ଼ାରେ ୪୨.୨, ଖୋର୍ଦ୍ଧା ଓ ବରଗଡ଼ରେ ୪୨ ଡିଗ୍ରୀ, କଟକ ୪୦.୨ ଓ ଭୁବନେଶ୍ୱରରେ ୪୦.୮ ଡିଗ୍ରୀ ତାପମାତ୍ରା ରହିଛି ।

Related Posts