ଚାନ୍ଦବାଲିରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଅଗ୍ନିକାଣ୍ଡରେ ଜଳିଗଲା 2ଟି ଦୋକାନ ଘର ଓ ବାସଗୃହ । ଭଦ୍ରକ ଚାନ୍ଦବାଲି ବ୍ଲକ ତେନ୍ତୁଳିଡିହ ପଞ୍ଚାୟତ କଣ୍ଡିଆସାହି ଗାଁ ତିନିତର ଘାଟ ନିକଟରେ ଅଗ୍ନିକାଣ୍ଡ ଘଟି ହଳଧର ରାଉତଙ୍କ ଦୋକାନ ସମେତ ଘର ଜଳିଯାଇଛି ।

ନିଆଁ ଲାଗିବା ନେଇ ଗାଁଲୋକେ ଅଗ୍ନିଶମ ବିଭାଗକୁ ସୂଚନା ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ସେମାନେ ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ।

Related Posts