ଦିଲ୍ଲୀରେ ଅଗ୍ନିକାଣ୍ଡ ଘଟଣା: ଘଟଣାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀ ମୁଣ୍ଡକାରେ ଏକ ବଡ ଅଘଟଣ ଘଟିଯାଇଛି | ତିନି ମହଲା ବିଶିଷ୍ଟ ବାଣିଜ୍ୟିକ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ ଘଟିଛି | ଏହି ଘଟଣାରେ ଏବେ ମୃତ୍ୟୁ ସଂଖ୍ୟା 27କୁ ବୃଦ୍ଧି ପାଇଥିବା ବେଳେ, ଆଗକୁ ମଧ୍ୟ ଆହୁରି ବଢିବା ନେଇ ଆଶଙ୍କା ଜାରି ରହିଛି |

ସେପଟେ ଏହି ବଡ ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ଆଜି ଘଟଣାସ୍ଥଳ ପରିଦର୍ଶନ କରିବେ |

ଗତ ରାତିରେ କ୍ୟାବିନେଟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟୁଇଟ କରି ସୂଚନା ଦେଇଛନ୍ତି ।

ଟ୍ବିଟ୍‌ରେ କେଜ୍ରିୱାଲ ଲେଖିଛନ୍ତି, “ମୁଣ୍ଡକା ଅଗ୍ନୁକାଣ୍ତର ସ୍ଥିତି ଜାଣିବା ପାଇଁ ଲଗାତାର ଭାବେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲି । ଅଗ୍ନିଶମ ଅଧିକାରୀଙ୍କ ଅହରହ ଉଦ୍ୟମ ଯୋଗୁଁ ନିଆଁକୁ ଆୟତ୍ତ କରାଯାଇଛି । ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ ।”

ସୂଚନା ଅନୁସାରେ, ଶୁକ୍ରବାର ସଂନ୍ଧ୍ୟାରେରେ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏହି ତିନି ମହଲା ବିଶିଷ୍ଟ ବାଣିଜ୍ୟିକ ପ୍ରତିଷ୍ଠାନରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଏନେଇ ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।ଏଥିରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି ।

ଆଜି ମଧ୍ୟ ଏନଡିଆରଏଫ((NDRF) ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେବି ଅନେକ ଲୋକ ଫସି ରହିଛନ୍ତି । ୫୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ ଡେପୁଟି କମିଶନର । ଏହି ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ଲକ୍ଷଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଛି ।

Related Posts