ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ) : ନୂତନ ସାମରିକ ନିଯୁକ୍ତି ଯୋଜନା “ଅଗ୍ନିପଥ୍” ପାଇଁ ବାୟୁ ସେନା ର ପଞ୍ଜିକରଣ ଶେଷ ହୋଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବାୟୁ ସେନା ପାଇଁ ହୋଇଥିବା ସମସ୍ତ ରେକର୍ଡ ଭାଙ୍ଗିଛି। ରେକର୍ଡ ସଂଖ୍ୟକ ଆଶାୟୀ ଅଗ୍ନିବୀର୍ ହେବାକୁ ଆବେଦନ କରିଥିବା ବାୟୁସେନା ତରଫ ରୁ ସୂଚନା ଦିଆଯାଇଛି।
ପଞ୍ଜିକରଣ ଶେଷ ହେବା ପରେ ଭାରତୀୟ ବାୟୁ ସେନା ତରଫ ରୁ ଟୁଇଟ କରି କୁହାଯାଇଛି ” ଅତୀତ ରେ ୬,୩୧,୫୨୮ ସର୍ବାଧିକ ଆବେଦନ ରେକର୍ଡ କରାଯାଇଥିଲା ମାତ୍ର ବର୍ତ୍ତମାନ ଏହି ରେକର୍ଡ ଭାଙ୍ଗିଛି ଓ ଅଗ୍ନିପଥ ଯୋଜନା ରେ ୭,୪୯,୮୯୯ ଆବେଦନ ଗ୍ରହଣ କରାଯାଇଛି।
ତେବେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ପାଇଁ ବୟସ ସୀମା ୧୭.୫ ରୁ ୨୧ ବର୍ଷ ରଖା ଯାଇଛି।
