କେନ୍ଦ୍ରାପଡାରେ ଗୁଳିମାଡ, ପୁଲିସ ଛାଉଣି

ସତ୍ୟପାଠ ବ୍ୟୁରୋ : କେନ୍ଦ୍ରାପଡାରେ ଗୁଳିମାଡ । ତିନି ମୁହାଣି ବଜାର କମିଟି ସଭାପତି ବିବେକାନନ୍ଦ ମହାରଣାଙ୍କୁ ଗୁଳିମାଡ ହୋଇଛି । ରାତି ପ୍ରାୟ ୯ଟା ବେଳେ ଗୁଳିମାଡ ହୋଇଥିବା ଖବର ମିଳିଛି ।

ମିଳିଥିବା ସୂଚନା ଅନୁସାରେ ବିବେକାନନ୍ଦଙ୍କ ଶରୀରରେ ଗୋଟିଏ ଗୁଳି ବାଜିଛି । ତାଙ୍କ ପେଟରେ ବାଜିଛି ଗୁଳି । ତାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ କେନ୍ଦ୍ରାପଡାରୁ କଟକ ଏସସିବି ନିଆଯାଉଥାବା ଜଣାପଡିଛି ।

ଗୁଳିମାଡକୁ ନେଇ ସାମୟିକ ଉତ୍ତେଜନା ଦେଖା ଦେଇଛି । ତିନି ମୁହାଣି ଛକ ଠାରେ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଉଛି । ଘଟଣାସ୍ଥଳରେ ପୁଲିସ ମୂତୟନ କରାଯାଇଛି । କେଉଁ କାରଣରୁ ଗୁଳିମାଡ ହୋଇଛି ତାହା ଜଣା ପଡିନାହିଁ । ତେବେ ପୂର୍ବ ଶତୃତାକୁ ନେଇ ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି । ବରିଷ୍ଠ ଅଧିକାରୀ ଘଟଣା ଉପରେ ନଜର ରଖିଛନ୍ତି ।

Related Posts