ବିପଦରେ ସ୍କୁଲ ପିଲା

ବିପଦ ସଂଙ୍କୁଳ ଅବସ୍ଥାରେ ସ୍କୁଲ ପିଲାଙ୍କୁ ନେବା ଆଣିବା ନ କରିବା ପାଇଁ ରାଜ୍ୟ ସରକାର ନିୟମ କରିଛନ୍ତି । କିନ୍ତୁ ସ୍କୁଲ କର୍ତ୍ତୁପକ୍ଷ ଓ ଅଭିଭାବକଙ୍କ ଜାଣତରେ ଛୋଟ ଛୋଟ ପିଲାଙ୍କୁ ବିପଦପୂର୍ଣ୍ଣ ଓ ଅସୁରକ୍ଷିତ ଭାବରେ ଅଟୋ ରିକ୍ସା ଓ ଖୋଲା ମେଲା ଗାଡିରେ ନିଆଯାଉଛି । ଏ ଦୃଶ୍ୟ ହେଉଛି ଭଦ୍ରକ ଟାଉନ୍ର ଏକ ପ୍ରତିଷ୍ଠିତ ଘରୋଇ ଇଂରାଜୀ ମିଡିୟମର ପିଲାଙ୍କୁ ଏକ ଅଟୋରେ ନିଆଯାଉଛି । ଗାଡିର ପଛ ପଟ, ଅଗ ବାମ ଓ ଦକ୍ଷିଣ ପାଶ୍ୱର୍ ପୁରା ଖୋଲା । କୁକୁଡା ଭାଡି ପରି ଛୋଟ ଛୋଟ ପିଲାଙ୍କୁ ସ୍କୁଲ ନେବା ଆଣିବା ଚାଲିଛି । ଅପେକ୍ଷା ଆଉ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣାକୁ ।

Related Posts