ଲକ୍ଷ୍ନୌରେ ଫାୟାରିଂ: ପୁଲିସ୍‌ ଏନକାଉଣ୍ଟରରେ ଟଳିଲା ଜଣେ ଅପରାଧୀ

ଆଜିଠୁ ଉତ୍ତରପ୍ରଦେଶରେ ଆରମ୍ଭ ହେବାକୁ ଯାଉଛି ଯୋଗୀଙ୍କ ସେକେଣ୍ଡ ଇନିଂସ । ଦ୍ଵିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗି ଆଦିତ୍ୟନାଥା । ତେବେ ଏନେଇ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ, ଏଥିନିମନ୍ତେ ରାଜଧାନୀ ଲକ୍ଷ୍ନୌରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ହେଲେ ଯୋଗୀଙ୍କ ଶପଥ ଗ୍ରହଣ ପୂର୍ବରୁ ଲକ୍ଷ୍ନୌରେ ହୋଇଛି ଫାୟାରିଂ। ପୁଲିସ୍‌ ଏନକାଉଣ୍ଟରରେ ଟଳିଛି ଜଣେ ଅପରାଧୀ। ଅପରାଧୀଜଣକ ହେଉଛି ରାହୁଲ ସିଂ ।

ଆଲିଗଞ୍ଜ ଅଞ୍ଚଳର ଏକ ଜୁଏଲାରୀରୁ ଲୁଟପାଟ ଘଟଣାରେ ସାମିଲ ଥିବା ରାହୁଲ ଉକ୍ତ ଶୋ’ ରୁମ୍‌ର ଜଣେ କର୍ମଚାରୀକୁ ବି ହତ୍ୟା କରିଥିଲା । ଏହାପରେ ପ୍ରାୟ ବର୍ଷେ ହେବ ରାହୁଲ ଫେରାର ଥିବା ବେଳେ ତା’ ମୁଣ୍ଡରେ ଥିଲା ଲକ୍ଷେ ଟଙ୍କା ପୁରସ୍କାର।

ଶୁକ୍ରବାର ଭୋରୁ ଭୋରୁ ରାହୁଲକୁ ପୁଲିସ୍‌ ହସନଗଞ୍ଜ ଅଞ୍ଚଳରେ ଘେରି ଯାଇଥିଲା। ଏହାପରେ ଉଭୟ ପକ୍ଷ ମଧ୍ୟରେ ଫାୟାରିଂ ହୋଇଥିଲା। ଏହି ଘଟଣାରେ ପୁଲିସ୍‌ ଗୁଳିରେ ରାହୁଲ ଗୁରୁତର ହୋଇଥିବା ବେଳେ ହସ୍ପିଟାଲରେ ଡାକ୍ତର ତାକୁ ମୃତ ଘୋଷଣା କଲେ। ରାହୁଲ ପାଖରୁ ସୁନାଗହଣା, ଗୁଳି ଓ ପିସ୍ତଲ ଜବତ ହୋଇଛି ।

Related Posts