୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ ସହ ହତ୍ୟା ଘଟଣା: ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ ଶୁଣାଇଲେ ପୋକ୍ସୋ କୋର୍ଟ

ଲକ୍ଷ୍ନୌ: ୨୦୨୨ ଅକ୍ଟୋବର ୧୩ତାରିଖରେ ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ ସହ ହତ୍ୟା ଘଟଣାରେ ରାୟ ଶୁଣାଇଛନ୍ତି ମାନ୍ୟବର ପୋକ୍ସୋ କୋର୍ଟ । ଅଭିଯୁକ୍ତକାରୀକୁ ମୃତ୍ୟୁ ଦଣ୍ଡ ଶୁଣାଇଲେ ଅଦାଲତ । ମାମଲା ଦାୟର ହେବାର ୨୬ ଦିନ ମଧ୍ୟରେ ରାୟ ଶୁଣାଇଛନ୍ତି ପୋକ୍ସୋ କୋର୍ଟ ।

ଫାଶି ଦଣ୍ଡ ସହିତ ୪୫ ହଜାର ଟଙ୍କାର ଜୋରିମନା ଲଗାଇଛନ୍ତି ଅଦାଲତ । ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାର ଅତିରିକ୍ତ ଜିଲ୍ଲା ନ୍ୟାୟଧୀଶ ଓ ପୋକ୍ସୋ କୋର୍ଟ ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ସତୀଶକୁ ଦୋଷୀ ସାବ୍ୟସ୍ତ କରିବା ମୃତ୍ୟୁ ଦଣ୍ଡଦେଶ ଶୁଣାଇଛନ୍ତି ।

ସୂଚନାଯୋଗ୍ୟ, ୨୦୨୨ ଅକ୍ଟୋବର ୧୩ତାରିଖରେ ସତୀଶ ୧୦ ବର୍ଷର ନାବାଳିକାକୁ ଲୋଭ ଦେଖାଇ ଏକ ନିଛାଟିଆ ସ୍ଥାନକୁ ଡାକି ନେଇଥିଲା । ପିଏମବି ପଲିଟେକ୍ନିକ୍ କଲେଜ୍ ନିକଟରେ ଦୁଷ୍କର୍ମ କରିବା ପରେ ହତ୍ୟା କରି ଜଙ୍ଗଲ ଭିଙ୍ଗି ଦେଇଥିଲା । ମୃତ ନାବାଳିକାର ମା’ ଏନେଇ ଥାନାରେ ଏତଲା ଦେଇଥିଲେ । ପୋଲିସ ଏକ ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହିତ ୧୪ ନଭେମ୍ବରରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା । ଏହି ମାମଲାର ଶୁଣାଣି କରି ଦୋଷୀ ସତୀଶକୁ ସଜା ଶୁଣାଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ପେଶାଲ ଡିଜିସି ପୋକ୍ସୋ କୋର୍ଟର ଆଇନଜୀବୀ ଅଳକା ଉପମନ୍ୟୁ ।

Related Posts