୫ ବର୍ଷ ପୂର୍ବେ ଆମେ ଇଡି ନାମ ମଧ୍ୟ ଜାଣି ନ ଥିଲୁ; ହେଲେ ଆଜିର ଦିନରେ ଗାଁ ଲୋକମାନେ ମଧ୍ୟ ଥଟ୍ଟାମଜାରେ ଇଡି କଥା କହୁଛନ୍ତି: ଶରଦ ପାୱାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ରାଜନୀତିରେ  ପ୍ରତ୍ୟେକ ଦିନ ନୂଆ ନୂଆ ଟୁଇଷ୍ଟ ଦେଖିବାକୁ ମିଳୁଛି । ଏହା ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ବଡ ଝଟକା ମିଳିଛି । ତେବେ ନିର୍ବାଚନ ସତ୍ୟପାଠ ମାମଲା ସମ୍ପର୍କିତ ଶରଦ ପାୱାରଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ୨୦୦୪, ୨୦୦୯, ୨୦୧୪ ଏବଂ ୨୦୨୯ରେ ହୋଇଥିବା ଲୋକସଭା ନିର୍ବାଚନରେ ଶରଦ ପାୱାର ଦାଖଲ କରିଥିବା ସତ୍ୟପାଠରେ ତଥ୍ୟ ସମ୍ପର୍କିତ ପାୱାରଙ୍କୁ ନୋଟିସ ହୋଇଛି। ଏଥିରେ ପାୱାର ଟୁଇଟ୍‌ କରି କେନ୍ଦ୍ରର ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆଜିକାଲି ଇଡି ଏବଂ କେନ୍ଦ୍ରୀୟ ଏଜେନ୍ସିର ବ୍ୟବହାର କରାଯାଉଛି ଏବଂ ଏହାର ଫଳାଫଳ ଆଜି ଦିନରେ ଦୃଶ୍ୟମାନ ହେଉଥିବା ସେ ଅଭିଯୋଗ କରିଛନ୍ତି ।

ସେପଟେ ଅନେକ ବିଧାୟକଙ୍କୁ ଏଭଳି ନୋଟିସ ହୋଇଥିବା ଅଭିଯୋଗ ହୋଇଛି। ସେ କହିଛନ୍ତି, ୫ ବର୍ଷ ପୂର୍ବେ ଆମେ ଇଡି ନାମ ମଧ୍ୟ ଜାଣି ନ ଥିଲୁ। ହେଲେ ଆଜିର ଦିନରେ ଗାଁ ଲୋକମାନେ ମଧ୍ୟ ଥଟ୍ଟାମଜାରେ ଇଡି କଥା କହୁଛନ୍ତି। ଗାଁ ଗାଁରେ ଇଡି ରେଡ କଥା ପରସ୍ପରକୁ କୁହାକୁହି ହେଉଛନ୍ତି ବୋଲି ପାୱାର ଟୁଇଟ୍‌ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ଏହି ବ୍ୟବସ୍ଥା ବିଭିନ୍ନ ରାଜନୌତିକ ଦୃଷ୍ଟିକୋଣରୁ ଲୋକଙ୍କ ପାଇଁ ବ୍ୟବହୃତ ହୁଏ। ମୁଁ ଇନକମ ଟ୍ୟାକ୍ସରୁ ଏକ ପ୍ରେମପତ୍ର ପାଇଛି ବୋଲି ପରିହାସରେ କହିଛନ୍ତି ପାୱାର । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । 

Related Posts