ଝାରସୁଗୁଡ଼ାରୁ ଆଉ ୨ଟି ସହରକୁ ଉଡ଼ିବ ବିମାନ

 ଝାରସୁଗୁଡା ବିମାନବନ୍ଦରରୁ ଉଡିବ ଆଉ ୨ଟି ବିମାନ । ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡିବ ବିମାନ ।ପୂର୍ବରୁ ଝାରସୁଗୁଡା ଏୟାରପୋର୍ଟରୁ ୫ଟି ବିମାନ ଚଳାଚଳ କରୁଛି । ରାଉରକେଲା ଏୟାରଷ୍ଟ୍ରିପର ରନୱେ ଚଉଡା କରିବାକୁ ନିଷ୍ପତ୍ତି ହୋଇଛି । ଜୟପୁର ଏୟାରପୋର୍ଟ ପାଇଁ ୫୫ କୋଟି ଟଙ୍କାର ଟେଣ୍ଡର କାମ ଆରମ୍ଭ ହୋଇଛି । ଆବଶ୍ୟକୀୟ ଭିତ୍ତିଭୂମି ପରେ ଖୁବଶୀଘ୍ର ଆରମ୍ଭ ହେବ ବିମାନ ଚଳାଚଳ । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।

Related Posts