ଯନ୍ତାରେ ପଡିଲା ୧ ମାସ ଧରି ଆତଙ୍କ ଚଳାଇଥିଲା ଭାଲୁ

ଯନ୍ତାରେ ଭାଲୁ । ମାଲକାନଗିରି ବାଲିମେଳା ନିକଟସ୍ଥ ଚିତ୍ରକୋଣ୍ଡାରେ କିଛି ଦିନ ହେବ ଆତଙ୍କ ଖେଳାଇ ଥିବା ଭାଲୁକୁ କାବୁ କରିଛି ବନ ବିଭାଗ । ଚିତ୍ରକୋଣ୍ଡା ଛକରେ ଥିବା ଏକ ହୋଟେଲ ସେଡ୍ ପାଖରେ ଖାଦ୍ୟ ଅନ୍ୱେଷଣ ଲାଗି ଆସିଥିବାବେଳେ ଭାଲୁଟି ଯନ୍ତାରେ ପଡିଥିଲା । ଭାଲୁଟି କାବୁ ହେବା ପରେ ତାକୁ ଚିତ୍ରକୋଣ୍ଡା ଜଙ୍ଗଲରେ ଛାଡି ଦେଇଛନ୍ତି ବନ ବିଭାଗ କର୍ମଚାରୀ । ଗତ ଗୋଟିଏ ମାସ ଧରି ବାଲିମେଳା ଓ ଏହାର ଆଖପାଖ ଅଂଚଳରେ ଆତଙ୍କ ଖେଳାଇ ଥିଲେ ୨ ରୁ ୩ଟି ଭାଲୁ ।

ଭାଲୁକୁ କାବୁ କରିବା ଲାଗି ଗତ ଦୁଇ ସପ୍ତାହ ଧରି ନାକେ ଦମ୍ ହୋଇଥିଲା ବନବିଭାଗ । ଶେଷରେ କାବୁ କରିବାକୁ ଯନ୍ତା ବସାଇଥିଲା । ତେବେ ଭାଲୁ ଧରାପଡିବା ପରେ  ସାମାନ୍ୟ ଡର ଲୋକଙ୍କ ମନରୁ କମିଥିବା ଦେଖିବାକୁ ମିଳିଛି ।

Related Posts