ଗୌହାଟୀ: ଲଗାଣ ବର୍ଷା ପରେ ଏବେ ଆସାମରେ ଦେଖା ଦେଇଛି ଜଳପ୍ରଳୟ | ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି | ଗାଁ ଗାଁ ଜଳମଗ୍ନ ହୋଇପଡିଛି | ଘରଦ୍ବାର, ରାସ୍ତାଘଟ ସବୁ ଆଡେ ପାଣି | ଫଳରେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି |

ବନ୍ୟା ଏବଂ ଭୁସ୍ଖଳନ ଯୋଗୁଁ ଏ ପର୍ଯ୍ୟନ୍ତ ଏଠାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୁନିଶ୍ଚିତ କରିଛି । ସେହିପରି ବନ୍ୟା ଯୋଗୁଁ 5ଟି ସ୍ଥାନରେ ନଦୀବନ୍ଧ ଭାଙ୍ଗି ଯାଇଥିବାର ମଧ୍ୟ ସୂଚନା ମିଳିଛି ।

ଆସାମରେ ରାସ୍ତାଘାଟ ପାଣିରେ ବୁଡି ରହିଛି । ଚାରିଆଡେ ଖାଲି ପାଣି ହିଁ ପାଣି । ଲଗାଣ ବର୍ଷା ଯୋଗୁଁ ରାଜ୍ୟର ପାହାଡି ଜିଲ୍ଲା ଦିମା ହାସାଓ ଅଧିକ ପ୍ରଭାବିତ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଛି । ଏହାଯୋଗୁଁ ଟ୍ରେନ ଚଳାଚଳ ଏବଂ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ହେଲିକାପ୍ଟର ନିୟୋଜିତ କରାଯାଇଛି । Simen, Gai, Sovansiri, Jiyadhal, Red ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଜଳପତ୍ତନ ବୃଦ୍ଧି ଯୋଗୁଁ ବିଭିନ୍ନ ଡ୍ୟାମ ଗେଟ୍ ଖୋଲାଯାଇଛି । ଫଳରେ ଅନେକ ତଳିଆ ଅଞ୍ଚଳ ଏବେ ଜଳମଗ୍ନ ହୋଇଯାଇଛି ।ଆସାମରେ ଜଳପ୍ରଳୟ: 5 ମୃତ, 230 ଗାଁ ଜଳମଗ୍ନଆସାମରେ ଜଳପ୍ରଳୟ: 5 ମୃତ, 230 ଗାଁ ଜଳମଗ୍ନକାଚର, ଧୀମାଜି, ହୋଜାଇ, କରଭି, ନାଗାଓଁ, ବରପେଟା, ନଳବରି ଏବଂ କମରୂପ ଆଦି 8ଟି ଜିଲ୍ଲା ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି । 56 ହଜାରରୁ ଅଧିକ ଲୋକକ ଜୀବନ ଜୀବିକା ବିପନ୍ନ ହେବା ସହ 230 ଗାଁ ବନ୍ୟା ପାଣିରେ ବୁଡି ରହିଛି । ଏବେସୁଦ୍ଧା ପ୍ରାୟ 103221.44 ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବାର ଖବର ମିଳିଛି । ଆସନ୍ତା 24 ଘଣ୍ଟା ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।