ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାରା ଦେଶର ନଜର ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତି ଉପରେ ରହିଛି । ସେପଟେ ଆସନ୍ତା କାଲି ଫ୍ଲୋର୍ ଟେଷ୍ଟ୍ ପାଇଁ ଉଦ୍ଧବଙ୍କୁ ଡାକିଛନ୍ତି ରାଜ୍ୟପାଳ । ଏହା ମଧ୍ୟରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବଡ ବୟାନ ସାମ୍ନାକୁ ଆସିଛି। ତେବେ ରାଜ୍ୟପାଳ ବିଜେପି ସହିତ ମିଶି କାମ କରୁଛନ୍ତି। ‘ଫ୍ଲୋର୍ ଟେଷ୍ଟ୍’ ବା ସଂଖ୍ୟାଗରିଷ୍ଠାତା ପ୍ରତିପାଦନ ନିମନ୍ତେ ସେ ଦେଇଥିବା ଆଦେଶ ବେଆଇନ ଅଟେ। ଏହା ସହ ଫ୍ଲୋର୍ ଟେଷ୍ଟ୍’ ଆଇନସମ୍ମତ ନୁହେଁ। ୧୬ଜଣ ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟତା ମାମଲା ଏବେ ବି ସୁପ୍ରିମ୍ କୋର୍ଟରେ ବିଚାରାଧୀନ ରହିଛି। ଏଭଳି ପରିସ୍ଥିତିରେ କେମିତି ‘ଫ୍ଲୋର୍ ଟେଷ୍ଟ୍’ କରାଯାଇ ପାରିବ? ଗତ ୨ ଦିନ ହେବ ଆମ ଫାଇଲ୍ ସବୁ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କ ପାଖରେ ପଡ଼ିରହିଛି।
ସେ ସେ ସବୁ ଉପରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। କିନ୍ତୁ, ଏହି ମାମଲା, ସେ ରାଫେଲ୍ ଜେଟ୍ଠାରୁ ଅଧିକ ଦ୍ରୁତ ବେଗରେ ପଦକ୍ଷେପ ଗ୍ରହଣ କରିପକାଇଲେ ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତିକ ମହଲ ବେଶ୍ ଚାଳଚଞ୍ଚଲ୍ ହୋଇ ଉଠିଛି ।
