ବଡ ନକଲି ନୋଟ ଗ୍ୟାଙ୍ଗକୁ ଧରିଲା ମହାରାଷ୍ଟ୍ର ପୋଲିସ୍, ୮ କୋଟି ଟଙ୍କାର ନକଲି ନୋଟ ଜବତ, ୨ ଗିରଫ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ର ପୋଲିସର ଥାଣେ ଶାଖାକୁ ବଡ ସଫଳତା ମିଳିଛି । ଥାଣେ ପୋଲିସ ଏକ ବଡ ନକଲି ନୋଟ କାରବାର କରୁଥିବା ଗ୍ୟାଙ୍ଗକୁ କାବୁ କରିଛି। ସେମାନଙ୍କ ଠାରୁ ୮ କୋଟି ଟଙ୍କାର ନକଲି ୨ ହଜାର ଟଙ୍କିଆ ନୋଟ ଜବତ କରାଯାଇଛି ।

ଏହି ଗ୍ୟାଙ୍ଗ ନକଲି ନୋଟଗୁଡିକୁ ବଜାରରେ ପ୍ରବେଶ କରାଇବାକୁ ପ୍ରସ୍ତୁତ କରୁଥିଲେ ।ସେମାନଙ୍କ ମଧ୍ୟରୁ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ପୋଲିସର କହିବା ମୁତାବକ ଏହି ଅଭିଯୁକ୍ତମାନେ ପାଲଘର ନିକଟରେ ରହିଥାନ୍ତି ଓ ନକଲି ନୋଟରେ ବଜାରରେ ପହଞ୍ଚାଇବାର କାମ କରିଥାନ୍ତି ।

ନକଲି ନୋଟ ଛାପୁଥିବା ଏହି ଗ୍ୟାଙ୍ଗଠାରୁ ପୋଲିସ ନକଲି ୨ ହଜାର ଟଙ୍କିଆ ୪୦୦ଟି ବଣ୍ଡଲ ଜବତ କରିଛି । ଏହାପରେ ଏନେଇ ପୋଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି । ପୋଲିସ ମୁଖ୍ୟତ ଏହି ଗ୍ୟାଙ୍ଗର ଚେର କେତେବାଟ ପର୍ଯ୍ୟନ୍ତ ଲମ୍ବିଛି ତାହା ଉପରେ ଅନୁସନ୍ଧାନ କରୁଛି । ପୋଲିସର କହିବା ମୁତାବକ ବଜାରରେ ୨ ହଜାର ଟଙ୍କିଆ ନୋଟ କମିବାରେ ଲାଗିଛି । ଏହାର ସୁଯୋଗ ନେଇ ଏହି ନକଲି ନୋଟକୁ ବଜାରରେ ପ୍ରବେଶ କରାଇବାକୁ ଗ୍ୟାଙ୍ଗ ପ୍ରୟାସ କରୁଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଅକ୍ଟୋବର ମାସରେ ଗୁଜରାଟ ଓ ମୁମ୍ବାଇରେ ପୋଲିସ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ୩୧୭ କୋଟି ଟଙ୍କାର ଜାଲି ନୋଟ ଜବତ କରିଥିଲା ।

Related Posts