ଏକନାଥ ସିନ୍ଦେଙ୍କ କାର୍ଯ୍ୟକ୍ରମ ପରେ କାର୍ଯ୍ୟକ୍ରମ ସ୍ଥଳୀରେ ଗୋମୁତ୍ର ସିଞ୍ଚନ କଲେ ଉଦ୍ଧବ ସମର୍ଥକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ରରେ ଉଦ୍ଧବ ସରକାର ଭାଙ୍ଗିବା ପାରେ ଲଗାତାର ଭାବରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଏକନାଥ ସିନ୍ଦେଙ୍କୁ ଭିନ୍ନ ଭିନ୍ନ ଉପାୟରେ ବିରୋଧ କରୁଛନ୍ତି। ଏହି କ୍ରମରେ ମହାରାଷ୍ଟ୍ରର ଔରଙ୍ଗାବାଦରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କର ଏକ କାର୍ଯ୍ୟକ୍ରମ ଶେଷ ହେବା ପରେ ଠାକ୍‌ରେଙ୍କ ସମର୍ଥକମାନେ ସେଠାରେ ଓ ସେ ବିଡ଼କୀନ୍‌ ନଗରୀ ଦେଇ ଫେରିଥିବା ରାସ୍ତାରେ ଗୋମୂତ୍ର ସିଞ୍ଚନ କରିଛନ୍ତି।

ବିଡ଼କୀନ୍‌ ସହରରୁ ଏଭଳି ଦୃଶ୍ୟ ଥିବା ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।ଭିଡିଓରେ ଦେଖାଯାଉଛି ଯେ, କିଛି ବ୍ୟକ୍ତି ଏକ ବାଲ୍‌ତିରେ ଥିବା ଗୋମୂତ୍ରକୁ ନିମ୍ୱ ଡାଳରେ ସିନ୍ଦେ ଯୋଗଦେଇଥିବା କାର୍ଯ୍ୟକ୍ରମ ସ୍ଥଳୀ ଓ ଫେରିଥିବା ରାସ୍ତାରେ ସିଞ୍ଚନ କରୁଛନ୍ତି। ତା’ସହ ସେମାନେ ସ୍ଲୋଗାନ ଦେଉଛନ୍ତି ଯେ, ୫୦ ଖୋକେ, ଏକ୍‌ଦୋମ୍‌ ଓକେ। ଏହାର ଅର୍ଥ ହେଉଛି, ଜଣକା ୫୦ କୋଟି ଟଙ୍କା ପାଇବେ ବୋଲି ପ୍ରତିଶ୍ରୁତି ମିଳିବାରୁ ମହାରାଷ୍ଟ୍ର ଶିବସେନା ବିଧାୟକମାନେ ଶିବସେନାର ବିଦ୍ରୋହୀ ଗୋଷ୍ଠୀରେ ଯୋଗ ଦେଇଛନ୍ତି। ଏହା ହେଉଛି ସିନ୍ଦେ ଶିବିର ବିଧାୟକମାନଙ୍କ ପ୍ରତି ପ୍ରକାରା‌ନ୍ତରେ ବିଦ୍ରୂପ।

ମିଳିଥିବା ସୂଚନା ଅନୁସାରେ, ସୋମବାର ଦିନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଔରଙ୍ଗାବାଦ ଜିଲ୍ଲା ଗସ୍ତ କରିଥିଲେ। ଜିଲ୍ଲାର ବିଡ଼କୀନ୍‌ ନଗରୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ସିନ୍ଦେ ଫେରିଯିବା ପରେ ନଗରୀର ଶିବସୈନିକମାନେ ଗୋମୂତ୍ର ସିଞ୍ଚନ କରି ସେ ସ୍ଥାନକୁ ଶୋଧନ କରିଥିଲେ। ଏହି ଘଟଣା ସଂକ୍ରାନ୍ତରେ ଶିବସେନା କର୍ମୀମାନେ କହିଛନ୍ତି ଯେ, ଶିବସେନାର ଦିବଂଗତ ମୁଖ୍ୟ ବାଲାସାହେ ଠାକ୍‌ରେଙ୍କ ଯୋଗୁଁ ଏ‌ମାନେ ମଣିଷ ହୋଇଛନ୍ତି। ଶେଷରେ ସେ ଶିବସେନା ନେତୃତ୍ବ ପ୍ରତି ବିଶ୍ଵାସଘାତ କରିଛନ୍ତି।

Related Posts