ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଶ୍ରୀନଗର ଲାଲଚୌକରେ ଉତ୍ତୋଳନ ହେଲା ଜାତୀୟ ପତାକା

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ସ୍ୱାଧୀନତା ପରେ ପ୍ରଥମଥର ଶ୍ରୀନଗରର ଲାଲ ଛକରେ ଜାତୀୟ ପତାକାକୁ ଉତ୍ତୋଳନ କରାଯାଇଛି । ସ୍ଥାନୀୟ ଯୁବକମାନେ ଲାଲ ଛକରେ ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ । ଏହି ଅବସରରେ ଅନେକ ସ୍ଥାନୀୟ ମହିଳା ଏବଂ ଶିଶୁମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ସେପଟେ ଧାରା ୩୭୦ ଉଠିବା ପରେ ଆତଙ୍କବାଦୀଙ୍କ ଗତିବିଧି ମଧ୍ୟ କମିଯାଇଛି । ଫଳରେ ସ୍ଥାନୀୟ ଲୋକମାନେ ଅତି ଧୁମଧାମରେ ସାଧାରଣତନ୍ତ୍ର ଦିବସକୁ ପାଳନ କରିଛନ୍ତି । ଅନ୍ୟପଟେ ବର୍ତ୍ତମାନ ଉପତ୍ୟକାରେ ଆତଙ୍କବାଦୀମାନଙ୍କ ପାଇଁ ଅନେକ ଲୋକ ପ୍ରାଣ ହରାଉଛନ୍ତି । ହେଲେ ବର୍ତ୍ତମାନ ଏହାର କଡ଼ା ଯବାବ ଦିଆଯିବ ବୋଲି ସ୍ଥାନୀୟ ଯୁବକମାନେ କହିଛନ୍ତି ।

ଏହା ସହ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଶ୍ରୀନଗର ସମେତ ସମଗ୍ର କାଶ୍ମୀର ଉପତ୍ୟକାରେ ଟାଇଟ୍ ସିକ୍ୟୁରିଟି ଗ୍ରୀଡ୍ ନିୟୋଜିତ କରାଯାଇଥିଲା । କେତେକ ସମ୍ବେଦନଶୀଳ ସ୍ଥାନରେ ତୀକ୍ଷ୍ଣ ସୁଟର ମଧ୍ୟ ନିୟୋଜିତ କରାଯାଇଛି । ଅନ୍ୟାନ୍ୟ ଜିଲ୍ଲା ମୁଖ୍ୟାଳୟରେ ମଧ୍ୟ ସମାନ ବ୍ୟବସ୍ଥା କରାଯାଇଛି। ଗଣତନ୍ତ୍ର ଦିବସ ପାଳନ ଅବସରରେ ପ୍ୟାରେଡରେ ପୋଲିସ ଏବଂ ଅନ୍ୟାନ୍ୟ ପାରାମିଲିଟାରୀ କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଥିଲେ। ପ୍ୟାରେଡର ସାଲ୍ୟୁଟକୁ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଉପଦେଷ୍ଟା ଆର.ଆର ଭଟନଗର ନେଇଥିଲେ। ଏହା ବ୍ୟତୀତ ଏହି ସମୟ ମଧ୍ୟରେ ରଙ୍ଗୀନ କାର‌୍ୟ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଇଥିଲା ।

Related Posts