ସାଧାରଣତନ୍ତ୍ର ଦିବସ ଅବସରରେ ୫ ଓଡ଼ିଆଙ୍କୁ ରାଷ୍ଟ୍ରପତି ପଦକ

ଗୃହରକ୍ଷୀ ଓ ବେସାମରିକ ସେବା ପଦକ ପାଇବା ୫ ଓଡ଼ିଆ | ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଶଂସନୀୟ ସେବା ପାଇଁ କର୍ମଚାରୀ ମନୋନୀତ ହୋଇଛନ୍ତି । ସେମାନେ ହେଲେ ଗୃହରକ୍ଷୀ କମ୍ପାନୀ କମାଣ୍ଡର ଜୟନ୍ତ କୁମାର ପଟେଲ, ଗୃହରକ୍ଷୀ ରବିନ୍ଦ୍ର କୁମାର ମଲ୍ଲିକ, ଗୃହରକ୍ଷୀ ମାୟାଧର ସୂତାର, ବେସାମରିକ ପ୍ରତିରକ୍ଷା ସେ୍ୱଚ୍ଛାସେବୀ ବି.ରାଜ କିଶୋର ସିଂ ଏବଂ ସୁରଜ ହେମ୍ରମ୍‌ ।

ଦେଶର ମୋଟ୍‌ ୪୨ ଜଣ କର୍ମଚାରୀଙ୍କୁ ଅଗ୍ନିଶମ ସେବା ପଦକରେ ସମ୍ମାନିତ କରାଯିବାକୁ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣେ ଅଗ୍ନିଶମ କର୍ମଚାରୀଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବାକୁ ଥିବା ବେଳେ ବୀରତା ଓ ସାହସିକତା ପାଇଁ ୨ ଜଣଙ୍କୁ ସାହସିକତା ପାଇଁ ଅଗ୍ନିଶମ ସେବା ପଦକ ଦିଆଯିବ ।

ଅନୁରୂପ ଭାବେ ୯ ଜଣ ଅଗ୍ନିଶମ ସେବା କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ଦିଆଯିବାକୁ ଘୋଷଣା କରାଯାଇଛି । ପ୍ରଶଂସନୀୟ ସେବା ପାଇଁ ୩୦ଜଣ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ମାନିତ କରାଯିବ |

Related Posts