ଆଗାମୀ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ +୨ ରେ ୧୦୦ ପ୍ରତିଶତ ସିଲାବସରେ ହେବ ପାଠପଢ଼ା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୨-୨୩ ଶିକ୍ଷାବର୍ଷରେ ଯୁକ୍ତ ଦୁଇରେ ୧୦୦ ପ୍ରତିଶତ ସିଲାବସକୁ ନେଇ ପାଠପଢ଼ା ହେବ ।ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଗତ ୨୦୧୯-୨୦ ଶିକ୍ଷାବର୍ଷ ର ପରୀକ୍ଷା ପରି ଆଗାମୀ ଶିକ୍ଷାବର୍ଷ ରେ ମଧ୍ୟ ପ୍ରଶ୍ନପତ୍ର ଆସିବ । ୨୦୨୨ରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନେ ରି-ଶିଡ୍ୟୁଲଡ ସିଲାବସ ଅନୁଯାୟୀ ପରୀକ୍ଷା ଦେବେ । ସେମାନଙ୍କର ପରୀକ୍ଷାର ପ୍ରଶ୍ନପତ୍ର ୨୦୨୨ ଢାଞ୍ଚାରେ ଆସିବ ।ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Related Posts