ବିଜେଡିରେ ମିଶିଲେ ପୂର୍ବତନ ବଲାଙ୍ଗୀର ବିଜେପି ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ

ଭୁବନେଶ୍ୱର,୧୦/୪(ସତ୍ୟପାଠ ବ୍ୟୁରୋ):  ବିଜେଡିରେ ମିଶିଲେ ବଲାଙ୍ଗୀରର ପୂର୍ବତନ ବିଜେପି ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ । ସେ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଥିବା ସହ ଜଣେ ଶିକ୍ଷାବିତ ମଧ୍ୟ । ସେ ଦୀର୍ଘ ୩୬ ବର୍ଷ ଧରି ବିଜେପିରେ ରହିଥିଲେ । ଦଳ ଅଣଦେଖା କରିବାରୁ ସେ ବିଜେପିର ପ୍ରାଥମିକ ସଦସ୍ଯ ପଦରୁ ଗତକାଲି ଇସ୍ତଫା ଦେଇଛନ୍ତି । ପ୍ରଭାସଙ୍କ ସହ ସୌରମ୍ୟ ବବିଚ, ବିନୋଦ ବିହାରୀ ନାଗ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।

ଦଳକୁ ସ୍ଵାଗତ କରିବା ସହ ଦିନକୁ ଦିନ ବିଜେଡିର ଶକ୍ତି ବୃଦ୍ଧି ହେଉଥିବା କହିଛନ୍ତି ସାଂସଦ ସସ୍ମିତ ପାତ୍ର। ମୁଖ୍ୟମନ୍ତ୍ରୀ, ସଂଗଠନ ସମ୍ପାଦକଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର ଓ ବଲାଙ୍ଗୀର ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ । ନୂଆ ଆକାରରେ ଏହି କର୍ମୀ ମାନ ବିଜେପି ଛାଡି ବିଜେଡିରେ ମିଶିଛନ୍ତି । ବିଜେଡି ପରିବାରକୁ ଏମାନଙ୍କୁ ସ୍ୱାଗତ । ବିଜେପି ପାଇଁ ଅନେକ କାମ କରିଥିଲେ ମଧ୍ୟ ବିଜେପି ଏମାନଙ୍କୁ ଗୁରୁତ୍ଵ ଦେଇ ନଥିଲା । ଏବେ ଆମ ସହ ମିଶି ସେ ସାମାଜିକ, ଶିକ୍ଷା, ସାହିତ୍ୟରେ ସହଯୋଗ କରିବେ । ନବୀନ ପଟ୍ଟନାୟକଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ଦଳରେ ମିଶିଛନ୍ତି ବୋଲି କହିଛନ୍ତି କଳିକେଶ ସିଂଦେଓ ।

ସେପଟେ ଦଳର ସମସ୍ତେ ମିଳିମିଶି ବଲାଙ୍ଗୀରର ବିକାଶ କରିବୁ । ଆଜି ସମଗ୍ର ଓଡିଶାର ମଉଡମଣୀ ନବୀନ ପଟ୍ଟନାୟକ, ବିଚକ୍ଷଣ ଚାଣକ୍ୟ କାର୍ତ୍ତିକ ପାଣ୍ଡ୍ୟାନ, ପ୍ରଣବ ପ୍ରକାଶ ଦାସ, ଆମ ପ୍ରିୟ ନେତା କଳିକେଶ ସିଂଦେଓ ଓ ଅନଙ୍ଗ ଉଦୟ ସିଂଦେଓଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଦଳରେ ମୁଁ ଭାଇ ପରି ସେବା କରିବି । ବିଜେଡିରେ ଶ୍ରଦ୍ଧା, ପ୍ରେମ ଓ ଭକ୍ତିର ଆଶା ରଖିଛି । ନବୀନ ପଟ୍ଟନାୟକଙ୍କ କାମରେ ସହାଭାଗିତା ନେଇ କାମ କରିବି ବୋଲି କହିଛନ୍ତି ପ୍ରଭାସ ପାଣିଗ୍ରାହୀ ।

Related Posts