ବାଲେଶ୍ବରର ପୂର୍ବତନ ବିଧାୟକ ଅରୁଣ ଦେ କୋଭିଡ୍ ଆକ୍ରାନ୍ତ : ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବାଲେଶ୍ବରର ପୂର୍ବତନ ବିଧାୟକ ତଥା ବରିଷ୍ଠ ଶ୍ରମିକ ନେତା ଅରୁଣ ଦେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ କିଛିଦିନ ହେବ ସେ ଥଣ୍ଡାଜ୍ବରରେ ଆକ୍ରାନ୍ତ ଥିଲେ। ଶୁକ୍ରବାର ସକାଳେ ହଠାତ୍‌ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ । ତାଙ୍କର ଅସୁସ୍ଥତା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଖବର ଦିଆଯାଇଥିଲା। ସେଠାରୁ ଏକ ଟିମ୍‌ ଆସି ଅରୁଣ ଦେଙ୍କର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ୍‌ କରିବା ସହ କୋଭିଡ୍ ଟେଷ୍ଟ କରିଥିଲେ। ରିପୋର୍ଟ ପଜିଟିଭ୍‌ ଆସିବା ମାତ୍ରେ ତାଙ୍କୁ ସଙ୍ଗେ ସଙ୍ଗେ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ରାଜଧାନୀ ଭୁବନେଶ୍ଵର ସ୍ଥିତ ଆମ୍ରି ହସ୍ପିଟାଲକୁ ନିଆଯାଇଥିବା ସୂଚନା ମିଳିଛି । ବାଲେଶ୍ବରର ବିଭିନ୍ନ ମହଲରୁ ଅରୁଣ ଦେଙ୍କ ଆଶୁଆରୋଗ୍ୟ କାମନା କରାଯାଇଛି। 

   ସୂଚନାଯୋଗ୍ୟ ଯେ ରାଜ୍ୟରେ ଧୀରେ ଧୀରେ କୋଭିଡ୍ ସଂକ୍ରମଣ ହ୍ରାସ ପାଉଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮୦୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୧୬୧୩ ଜଣ କ୍ୱାରେଣ୍ଟାଇନ୍‌ ରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୧୯୩ଟି ହେଉଛି ଲୋକାଲ କେସ୍‌। ସେହିପରି ରାଜ୍ୟରେ ଆଉ ୬୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂପର୍କିତ ତଥ୍ୟ ପ୍ରଦାନ କରାଯାଇଛି। ନୂତନ ଭାବେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୯୦ ଜଣ ଥିବା ବେଳେ କଟକରୁ ୪୪୧, ଯାଜପୁରରୁ ୨୫୧, ବାଲେଶ୍ୱରରୁ ୧୫୩, ପୁରୀରୁ ୧୩୮, ଢେଙ୍କାନାଳରୁ ୧୨୪, ଜଗତସିଂହପୁରରୁ ୧୧୯ , ଅନୁଗୋଳ ଜିଲ୍ଲାରୁ ୧୦୨ ଜଣ , ବରଗଡ଼ ଜିଲ୍ଲାରୁ ୩୩ ଜଣ , ଭଦ୍ରକରୁ ୮୩, ବଲାଙ୍ଗିରରୁ ୧୦, ବୌଦ୍ଧରୁ ୯, ଦେବଗଡ଼ରୁ ୪, ଗଜପତିରୁ ୬, ଗଞ୍ଜାମରୁ ୧୯, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୨୫, କନ୍ଧମାଳରୁ ୧୭, କେନ୍ଦ୍ରାପଡ଼ାରୁ ୫୭, କେନ୍ଦୁଝରରୁ ୭୨, କୋରାପୁଟରୁ ୨୯, ମାଲକାନଗିରିରୁ ୩୫, ନବରଙ୍ଗପୁରରୁ ୨୦, ନୟାଗଡ଼ରୁ ୮୬, ନୂଆପଡ଼ାରୁ ୭, ରାୟଗଡ଼ାରୁ ୩୦, ସମ୍ବଲପୁରରୁ ୨୬, ସୋନପୁରରୁ ୧୬, ସୁନ୍ଦରଗଡ଼ରୁ ୬୫ ଓ ଷ୍ଟେଟ୍‌ ପୁଲ୍‌ରୁ ୧୧୯ ଜଣ ଚିହ୍ନଟ ହୋଇଛନ୍ତି।

Related Posts