ଅଯୋଧ୍ୟାରେ ବଡ ଧରଣର ଅଘଟଣ : ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ ଗୋଟିଏ ପରିବାରର ୧୨ଜଣ ! ଉଦ୍ଧାର କାର୍ଯ୍ୟ ଜାରି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଉତ୍ତରପ୍ରଦେଶର ଅଯୋଧ୍ୟା ସ୍ଥିତ ଗୁପ୍ତାର ଘାଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଘାଟକୁ ଆସିଥିବା ଗୋଟିଏ ପରିବାରର ୧୨ଜଣ ସଦସ୍ୟ ବୁଡ଼ି ଯାଇଥିବାର ସୂଚନା ମିଳିଛି । ଏଥିରେ ମହିଳା ଓ ଶିଶୁ ବି ଥିବା ଜଣାପଡିଛି । ପରିବାର ସଦସ୍ୟ ମାନେ ସରୟୁ ନଦୀକୁ ଗାଧୋଇବା ପାଇଁ ଆସିଥିଲେ। ଗୋଧୋଇବା ସମୟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ପରିବାର ୧୫ଜଣ ସଦସ୍ୟ ସରୟୁ ନଦୀର ଗୁପ୍ତାର ଘାଟକୁ ଗାଧୋଇବା ପାଇଁ ଯାଇଥିବା ବେଳେ ନଦୀର ପ୍ରଖର ସ୍ରୋତରେ କିଛି ସଦସ୍ୟ ଭାସି ଯାଇଥିଲେ। ଭାସି ଯାଉଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ପାଇଁ ଯାଇ ଅନ୍ୟମାନେ ବି ଭାସି ଯାଇଥିଲେ।

     ପରିବାର ଲୋକଙ୍କ ଭାସିଯାଉଥିବା ଚିତ୍କାର ଶୁଣି ସ୍ଥାନୀୟଲୋକେ ଘାଟ ନିକଟକୁ ଆସି ପୁଲିସକୁ ଖବର ଦେଇଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦ୍ଧାର କାର୍ଯ୍ୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟା ଡିଏମଙ୍କ ସୂତ୍ରରୁ ପ୍ରକାଶ, ସରୟୁ ନଦୀରେ ବୁଡ଼ି ଯାଇଥିବା ଲୋକଙ୍କ ମଧ୍ୟରୁ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ନାମ ସତୀଶ, ନମନ ଓ ଅଶୋକ ଆରତୀ ,ପ୍ରିୟଙ୍କା , ଲଲିତ, ପଙ୍କଜ, ରାଜକୁମାରୀ, ଗୌରୀ, ଜୁଲି, ଧୈରିୟା, ଶ୍ରୁତି, ସାର୍ଥକ, ସୀତା ଏବଂ ଦୃଷ୍ଟୀ । ସୂଚନା ମୁତାବକ ପରିବାର ଲୋକେ ଆଗ୍ରାର ସିକନ୍ଦରାବାଦରୁ ଅଯୋଧ୍ୟା ଆସିଥିଲେ।  

Related Posts