
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ଦେହାନ୍ତ ହୋଇଛି । ସେ ଗାଜିଆବାଦସ୍ଥିତ ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ରାଇନାଙ୍କ ପିତା ତ୍ରିଲୋକ ଚନ୍ଦ୍ର ରାଇନା କର୍କଟ ରୋଗରେ ପୀଡ଼ିତ ଥିଲେ । ଗତ ବର୍ଷ ଡିସେମ୍ବର ମାସରେ ତାଙ୍କ ଅବସ୍ଥା ଅଧିକ ଖରାପ ହୋଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ରାଇନାଙ୍କ ପିତା ଭାରତୀୟ ସେନାର ଏକ ଅଂଶ ଥିଲେ ଏବଂ ବୋମା ତିଆରି କରିବାରେ ସେ ପାରଙ୍ଗମ ଥିଲେ । ରାଇନା ତାଙ୍କ ବାପାଙ୍କ ସହିତ ଦୀର୍ଘ ସମୟ ଧରି ଘରେ ରହୁଥିଲେ ଏବଂ ତାଙ୍କ ବାପାଙ୍କ ସେବା କରୁଥିଲେ । ଅନ୍ୟପଟେ ସେ ସ୍ୱର କୋକିଲା ଲତା ମଙ୍ଗେଶକରଙ୍କ ମୃତ୍ୟୁକୁ ନେଇ ସମବେଦନା ଜଣାଇବାର କିଛି ସମୟ ପରେ ତାଙ୍କ ବାପା ମଧ୍ୟ ତାଙ୍କୁ ଛାଡ଼ି ଚାଲିଯାଇଥିଲେ ।
ସୁରେଶ ରାଇନାଙ୍କ ମୂଳ ଘର ହେଉଛି ଜାମ୍ମୁ କାଶ୍ମୀରର ରୈନାବାରୀ ଗାଁରେ । କିନ୍ତୁ ୧୯୯୦ ଦଶକରେ କାଶ୍ମୀରୀ ପଣ୍ଡିତଙ୍କ ହତ୍ୟା ପରେ ସୁରେଶ ରାଇନାଙ୍କ ଜେଜେବାପା ଗାଁ ଛାଡ଼ି ଦେଇଥିଲେ । ରାଇନାଙ୍କ ବାପା ଅର୍ଡନାନ୍ସ ଫ୍ୟାକ୍ଟ୍ରିରେ କାମ କରୁଥିଲେ ଜ୍ଝ ସୁରେଶ ରାଇନା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ହେଲେ ଆଇପିଏଲ ଖେଳୁଛନ୍ତି । ରାଇନା ଏପର୍ୟ୍ୟନ୍ତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଥିଲେ, କିନ୍ତୁ ଏଥର ଚେନ୍ନାଇ ଦଳ ତାଙ୍କୁ ନେଇନଥିବାର ସୂଚନା ମିଳିଛି ।